କନକ ବ୍ୟୁରୋ: ବିଜୁଳି ବଳକା ରାଜ୍ୟରେ ବିଜୁଳି କିଣା । ତା ବି ଉଚ୍ଚା ଦରରେ । ଗଲା କିଛି ବର୍ଷ ଓଡ଼ିଶାରେ ଏମିତି ଚାଲିଛି । ଯାହାକୁ ନେଇ ରାଜ୍ୟରେ ବିଜୁଳି କିଣା କ୍ଷେତ୍ରରେ କେଳେଙ୍କାରୀ ହୋଇଥିବା ସନ୍ଦେହ ଉପୁଜିଛି ।
ଆର୍ଥିକ ବର୍ଷ କିଣିଲେ (ୟୁନିଟ୍) ଦାମ୍
୨୦୨୩-୨୪ ୮୧୦.୬୨ ମିଲିୟନ୍ ୪.୬୨ଟଙ୍କା
୨୦୨୪-୨୫ ୭୫୦.୭୮ ମିଲିୟନ୍ ୪.୯୦ଟଙ୍କା
ଆର୍ଥିକ ବର୍ଷ ବିକିଲେ (ୟୁନିଟ୍) ଦାମ୍
୨୦୨୩-୨୪ ୨୨୫୧.୯୩ ମିଲିୟନ୍ ୫.୦୨ଟଙ୍କା
୨୦୨୪-୨୫ ୩୨୪୮.୭୮ ମିଲିୟନ୍ ୩.୭୩ଟଙ୍କା
ବିଜୁଳି ଉତ୍ପାଦନ କରୁଛି ଓଡ଼ିଶା । ରାଜ୍ୟରେ ବିଜୁଳି ବଳକା ବି ରହୁଛି । କିନ୍ତୁ ଯେତିକି ଟଙ୍କାରେ ବାହାର ରାଜ୍ୟକୁ ସରକାର ବିଜୁଳି ବିକୁଛନ୍ତି । ତା’ଠୁ ଅଧିକ ଦାମ୍ରେ କିଣୁଛନ୍ତି ରାଜ୍ୟ ସରକାର । ଗଲା ଆର୍ଥିକ ବର୍ଷରେ ବିଜୁଳି କିଣାବିକା ଦାମ୍ ଦେଖିଲେ ଦୁର୍ନୀତିର ଗନ୍ଧ ବାରି ହୋଇ ପଡୁଛି । ଓଡ଼ିଶାରେ ବିଜୁଳି ଉତ୍ପାଦନ କମ୍ ନଥିଲାବେଳେ କେଉଁ ପରିସ୍ଥିତିରେ ବିଜୁଳି ଏତେ ଅଧିକ ଦାମ୍ରେ କିଣାଗଲା, ତାକୁ ନେଇ ଉଠିଛି ପ୍ରଶ୍ନ ।
ସେପଟେ ଆଦାୟ ହୋଇପାରୁନି ୬୬୫୭ କୋଟି ଟଙ୍କା ବିଜୁଳି ବିଲ୍ । ନିମ୍ନରେ ପଢ଼ନ୍ତୁ ରାଜ୍ୟରେ ଥିବା ୪ ବିଜୁଳି ବିତରକ ସଂସ୍ଥାମାନଙ୍କର ପ୍ରଦର୍ଶନ...
ବିତରକ ସଂସ୍ଥା ବାକି ଆଦାୟ ଗ୍ରିଡ୍କୋରେ ଜମା
TPCODL ୨୦୪୭ କୋଟି ୪୩୯ କୋଟି ୩୫୯ କୋଟି
TPNODL ୯୦୮.୨ କୋଟି ୬୫୩.୩୨ କୋଟି ୫୬୪.୫୧ କୋଟି
TPWODL ୪୦୧୧.୧୪ ୪୧୬.୧୩ କୋଟି ୩୪୩.୯୨ କୋଟି
TPSODL ୧୦୭୧ କୋଟି ୨୭୧.୭୯ କୋଟି ୨୧୦.୨୪ କୋଟି
ବିତରକ ସଂସ୍ଥା ଉପରେ ୮୪୩୭ କୋଟି ଟଙ୍କାରୁ ଅଧିକ ବାକି ପଡ଼ିଛି । ମାତ୍ର ୧୭୮୦ କୋଟି ଟଙ୍କା ଆଦାୟ ହୋଇଛି । ପ୍ରଶ୍ନ ଉଠୁଛି, କାହା ପାଖରେ ବାକି ପଡ଼ିଛି ହଜାର ହଜାର କୋଟି ? ସାଧାରଣ ଗ୍ରାହକଙ୍କ ବିଦ୍ୟୁତ୍ ସଂଯୋଗ କାଟି ଦିଆଯାଉଥିଲାବେଳେ ବଡ଼ ବଡ଼ ସଂସ୍ଥାମାନଙ୍କୁ ଅନୁକମ୍ପା କାହିଁକି ?
ବିଜୁଳି ବିରତଣକୁ ଘରୋଇ କରଣ କରାଯାଇଛି। ସାଧାରଣ ଖାଉଟି ଟଙ୍କାଏ ବାକି ରଖିଲେ ସଂସ୍ଥା ଦୁଆରେ ବସୁଛି। କିନ୍ତୁ ବଡ଼ ଅନୁଷ୍ଠାନରେ ଶହ ଶହ କୋଟି ବାକି ପଡ଼ିଥିଲେ ବି ଆଦାୟ ପାଇଁ ହାତ ଯାଉନି ।
ଏହାସହ ରାଜାଙ୍କ ସାମ୍ରାଜ୍ୟ ସୃଷ୍ଟି କରିବା ପଛରେ ସହଯୋଗୀ ସାଜିଥିବା ବ୍ୟକ୍ତିଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଆହ୍ୱାନ ଦେଇଛନ୍ତି । ଅନ୍ୟପଟେ ମନ୍ତ୍ରୀ ତଦନ୍ତକୁ ଅପେକ୍ଷା ନକରି ଆକ୍ରୋଶମୂଳକ ଅଭିଯୋଗ କରୁଥିବା କହିଛି ବିଜେଡି । ବିଜେଡି ସରକାରରେ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଜରିଆରେ କୋଟିକୋଟି ଟଙ୍କାର ଅର୍ଥ ହେରଫେର କରିଥିବା ରାଜା ଚକ୍ର ଏବେ ଇଓଡବ୍ଲୁର ଚକ୍ରବ୍ୟୁହରେ ଫଶିଛି । କିନ୍ତୁ ପ୍ରଶ୍ନ ଉଠୁଛି, ରାଜା ଚକ୍ରର କଳା ସାମ୍ରାଜ୍ୟ ବାବଦରେ କେମିତି ଜାଣି ପାରୁନଥିଲା ପ୍ରଶାସନ ? ନା ପ୍ରଭାବଶାଳୀଙ୍କ ପକେଟ ଗରମ କରି ରାଜା ଚକ୍ର ଅନାୟାସରେ ଚଳାଇଥିଲା କଳା ସାମ୍ରାଜ୍ୟ ?