କନକ ବ୍ୟୁରୋ : ଇଲେକ୍ଟ୍ରୋରାଲ ବଣ୍ଡ ସୁପ୍ରିମକୋର୍ଟଙ୍କ ଦ୍ୱାରା ରଦ୍ଦ ହେବା ପରେ ବି ରାଜନୈତିକଦଳମାନଙ୍କୁ ଚାନ୍ଦା ଆସିବାରେ କିଛି ବି ଫରକ ପଡିନି । ନିର୍ବାଚନ ଆୟାଗ ତାର ବାର୍ଷିକ ରିପୋର୍ଟ ପ୍ରକାଶ କରିଛି । ଏହି ରିପୋର୍ଟ ମୁତାବକ ନିର୍ବାଚନୀ ଚାନ୍ଦ୍ା ପାଇବାରେ ବିଜେପି ସବୁଠାରୁ ଆଗରେ ଥିବା ବେଳେ କଂଗ୍ରେସ ଗତବର୍ଷ ତୁଳନାରେ ୩୨୦ ପ୍ରତିଶତ ଅଧିକ ଚାନ୍ଦା ପାଇଛି । 

Advertisment

୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପିକୁ ନିର୍ବାଚନୀ ଚାନ୍ଦା ଯେତିକି ଚାନ୍ଦା ମିଳିଥିଲା ତା ପରେ ଏହି ଚାନ୍ଦାର ପରିମାଣ ୮୭ ପ୍ରତିଶତ ବୃଦ୍ଧି ପାଇଛି । ଏହି ଚାନ୍ଦା ଏବେ ୩,୯୬୭,୧୪ କୋଟିରେ ପହଂଚିଛି । ପାର୍ଟି ତାର ୨୦୨୩-୨୪ ବାର୍ଷିକ ରିପୋର୍ଟରେ ମଧ୍ୟ ସମାନ ତଥ୍ୟ ଦେଇଛି । ହେଲେ ୨୦୨୩-୨୪ ତୁଳନାରେ ଚାନ୍ଦାର ପରିମାଣ କମିଛି । ୨୦୨୨-୨୩ ରେ ବିଜେପିକୁ ୨୩୬୦ କୋଟି ଟଙ୍କା ଚାନ୍ଦା ମିଳିଥିଲା । ହେଲେ ୨୦୨୩-୨୪ ରେ ବିଜେପିକୁ  ୧୨୯୪.୧୪ କୋଟି ଟଙ୍କା ଚାନ୍ଦା ମିଳିଛି ।

ପ୍ରକାଶିତ ରିପୋର୍ଟ ମୁତାବକ ନିର୍ବାଚନୀ ବର୍ଷରେ ବିଜେପି ତୁଳନାରେ କଂଗ୍ରେସର ଚାନ୍ଦା ପରିମାଣ ପ୍ରତିଶତ ବୃଦ୍ଧି ପାଇଛି । ୨୦୨୨-୨୩ ରେ କଂଗ୍ରେସକୁ ୨୬୮.୬୨ କୋଟି ଟଙ୍କା ଚାନ୍ଦା ମିଳିଥିବା ବେଳେ ୨୦୨୩-୨୪ ଆର୍ଥିକ ବର୍ଷରେ ୩୨୦ ପ୍ରତିଶତ ଅଧିକ ଚାନ୍ଦା ମିଳିଛି । ଅର୍ଥାତ ୨୦୨୩-୨୪ ଆର୍ଥିକ ବର୍ଷରେ କଂଗ୍ରେସକୁ ୧,୧୨୯,୬୬ କୋଟି ଟଙ୍କା ଚାନ୍ଦା ମିଳିଛି । 

କଂଗ୍ରେସ ଓ ବିଜେପି ବ୍ୟତୀତ ଯଦି ଅନ୍ୟ ଦଳମାନଙ୍କୁ ହିସାବକୁ ନିଆଯାଏ ତେବେ ତୃତୀୟ ସ୍ଥାନରେ ରହିଛି ମମତା ବାନାର୍ଜୀଙ୍କ ନେତୃତ୍ୱାଧିନ ତୃଣମୂଳ କଂଗ୍ରେସ । ୨୦୨୨-୨୩ ରେ ଟିଏମସିକୁ ୩୩୩.୪୬  କୋଟି ଟଙ୍କା ଚାନ୍ଦା ମିଳିଥିବା ବେଳେ ୨୦୨୩-୨୪ ରେ ୬୪୬.୩୯ କୋଟି ଟଙ୍କା ଚାନ୍ଦା ମିଳିଛି । ଅର୍ଥାତ ପୂର୍ବ ଆର୍ଥକ ବର୍ଷ ତୁଳନାରେ ଚଳିତ ଆର୍ଥିକ ବର୍ଷରେ ଟିଏମସିକୁ ଅଧିକ ୯୫ ପ୍ରତିଶତ ଚାନ୍ଦା ମିଳିଛି ।