କନକ ବ୍ୟୁରୋ: ବଦଳିଲା ୩ରାଜ୍ୟର ୧୪ଟି ବିଧାନସଭା ଆସନ ପାଇଁ ହେବାକୁ ଥିବା ଉପ ନିର୍ବାଚନ ତାରିଖ । ମୁଖ୍ୟ ନିର୍ବାଚନ କମିଶନ ତାରିଖ ବଦଳାଇବା ପରେ ସୂଚନା ଦେଇଛନ୍ତି । କେରଳ, ପଞ୍ଜାବ ଓ ଉତ୍ତର ପ୍ରଦେଶର ୧୪ଟି ବିଧାନସଭା ଆସନରେ ଆସନ୍ତା ୧୩ ତାରିଖରେ ଭୋଟ ଗ୍ରହଣ ହେବାର ଥିଲା । କିନ୍ତୁ ଏବେ ଏଠାରେ ଉପ ନିର୍ବାଚନ ପାଇଁ ମତଦାନ ନଭେମ୍ବର ୨୦ରେ ଅନୁଷ୍ଠିତ ହେବ । ଭୋଟିଂ ତାରିଖ ବଦଳିଥିଲେ ହେଁ ଗଣତି ଓ ରେଜଲ୍ଟ ପ୍ରକାଶ ତାରିଖ ଅପରିବର୍ତ୍ତିତ ରହିଛି । ମହାରାଷ୍ଟ୍ର ଓ ଝାରଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ ସହ ଏହି ସବୁ ଆସନର ରେଜଲ୍ଟ ନଭେମ୍ବର ୨୩ରେ ପ୍ରକାଶ ପାଇବ । ନିର୍ବାଚନ କମିଶନଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କଲପାଥି ରସ୍ତୋଲସାବମ କାର୍ତ୍ତିକ ପୂର୍ଣ୍ଣିମା, ଶ୍ରୀ ଗୁରୁ ନାନକ ଦେବଙ୍କ ପ୍ରକାଶ ପର୍ବ ଯୋଗୁ ଏହି ୩ ରାଜ୍ୟ ଉତ୍ସବ ମୁଖର ରହିବ । ଏସବୁ ଛୁଟି ଦିନ ହୋଇଥିବାରୁ ନିର୍ବାଚନ ତାରିଖ ବଦଳାଇବାକୁ ଏକାଧିକ ରାଜନୀତିକ ଦଳ ପ୍ରସ୍ତାବ ଦେଇଥିଲେ। ଉତ୍ସବ ଯୋଗୁ ଭୋଟ ହାର ଉପରେ ମଧ୍ୟ ପ୍ରଭାବ ପଡ଼ିପାରେ ବୋଲି ମଧ୍ୟ ଦଳଗୁଡ଼ିକ ଆଶଙ୍କା କରିଥିଲେ । ଏବେ ସେମାନଙ୍କ ପ୍ରସ୍ତାବକୁ ଗ୍ରହଣ କରି ନିର୍ବାଚନ କମିଶନ ଭୋଟିଂ ତାରିଖ ବଦଳାଇ ଦେଇଛନ୍ତି । ଆସନ୍ତା ୧୩ ତାରିଖରେ ଉତ୍ତର ପ୍ରଦେଶର ୯ଟି, ପଞ୍ଜାବର ୪ଟି ଓ କେରଳର ଗୋଟିଏ ବିଧାନସଭା ଆସନରେ ଉପ ନିର୍ବାଚନ ହେବାର ଥିଲା । ଏବେ ଏହି ଆସନଗୁଡ଼ିକ ପାଇଁ ନଭେମ୍ବର ୨୦ରେ ଭୋଟ ଗ୍ରହଣ ହେବ ।
ପୂଜା ପାର୍ବଣ ପାଇଁ ଘୁଞ୍ଚିଲା ୩ ରାଜ୍ୟରେ ହେବାକୁ ଥିବା ଉପନିର୍ବାଚନ: ୧୩ ବଦଳରେ ୨୦ରେ ପଡିବ କେରଳ, ଉତ୍ତରପ୍ରଦେଶ, ପଞ୍ଜାବର ୧୪ ବିଧାନସଭା ଆସନରେ ଭୋଟ
ବଦଳିଲା ୩ରାଜ୍ୟର ୧୪ଟି ବିଧାନସଭା ଆସନ ପାଇଁ ହେବାକୁ ଥିବା ଉପ ନିର୍ବାଚନ ତାରିଖ । ମୁଖ୍ୟ ନିର୍ବାଚନ କମିଶନ ତାରିଖ ବଦଳାଇବା ପରେ ସୂଚନା ଦେଇଛନ୍ତି । କେରଳ, ପଞ୍ଜାବ ଓ ଉତ୍ତର ପ୍ରଦେଶର ୧୪ଟି ବିଧାନସଭା ଆସନରେ ଆସନ୍ତା ୧୩ ତାରିଖରେ ଭୋଟ ଗ୍ରହଣ ହେବାର ଥିଲା ।