ବିହାରରେ ସରିଲା ନିର୍ବାଚନ, ଆସିଲା ବୁଥ୍ ବାହୁଡା ମତ:   ଅଧିକାଂଶ ସର୍ଭେ ସଂସ୍ଥାର ଆକଳନ

ଏନଡିଏକୁ ବହୁ ମତ । ମହାଗଠବନ୍ଧନକୁ ଲାଗିପାରେ ଶକ୍ତ ଝଟ୍‌କା

Bihar election

Bihar election Photograph: (KanakNews)

କନକ ବ୍ୟୁରୋ:  ବିହାରରେ କ୍ଲିନ୍ ସୁଇପ୍ କରିବ ଏନଡିଏ । ଏକଥା ଆମେ କହୁନୁ, ବିଭିନ୍ନ ସଂସ୍ଥା କରିଥିବା ଏକ୍‌ଜିଟ୍ ପୋଲ୍‌ ବା ବୁଥ୍ ବାହୁଡ଼ା ମତରୁ ଏହା ଜଣାପଡୁଛି । ଅଧିକାଂଶ ସଂସ୍ଥାଙ୍କ ଏଗଜିଟ ପୋଲରେ ଏନଡିଏକୁ ବହୁମତ ମିଳିପାରେ ବୋଲି ଅନୁମାନ କରାଯାଇଛି । ବଡ କଥା ହେଲା, ଏଗଜିଟ ପୋଲ ଅନୁସାରେ ମହାଗଠବନ୍ଧନକୁ ଶକ୍ତ ଝଟକା ଲାଗିଛି । ଅଧିକାଂଶ ଏଗଜିଟ ପୋଲରେ  ମହାଗଠବନ୍ଧନ ଶହେ ଅଙ୍କ ବି ଅତିକ୍ରମ କରିପାରୁନାହିଁ ।

ବିହାରରେ ମୋଡ଼ ବଦଳାଇଦେଲେ କି ମହିଳା ଭୋଟର, ଏଗଜିଟ୍ ପୋଲ ଆସିବା ପରେ ସ୍ପଷ୍ଟ ହେଉଛି ଚିତ୍ର

ଆଉ ପ୍ରଶାନ୍ତ କିଶୋରଙ୍କ ଯାଦୁ ବିହାରରେ ଚାଲିନାହିଁ । ଏମିତିକି ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ପାର୍ଟି ଖାତା ବି ଖୋଲି ପାରିବ ନାହିଁ ବୋଲି କିଛି ସଂସ୍ଥା ଆକଳନ କରିଛନ୍ତି । ବିହାରରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ସରିଛି । ନଭେମ୍ବର ୬ ଓ ୧୧ ତାରିଖରେ ବିହାରରେ ୨୪୩ ଆସନ ପାଇଁ ନିର୍ବାଚନ ହୋଇଥିଲା । ନିର୍ବାଚନ ସରିବା ପରେ ଆସିବାରେ ଲାଗିଛି ବୁଥ ବାହୁଡା ମତ ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe