କନକ ବ୍ୟୁରୋ :  ଆପକୁ ଡବଲ ଝଟକା । ଦିଲ୍ଳୀ ବିଧାନସଭାରେ ହାରିଲେ କେଜ୍ରିୱାଲ।  ଦିଲ୍ଳୀ ସିଟ୍‌ ରୁ ପରାଜୟ ବରଣ କରିଛନ୍ତି ଅରବିନ୍ଦ କେଜ୍ରିୱାଲ ।  ଏହି ସିଟ୍‌ ରୁ  ବିଜେପି ପ୍ରାର୍ଥି   ପରବେଶ ବର୍ମା  ବିଜୟ ଲାଭ କରିଛନ୍ତି ।  ଶେଷରେ ବାଜି ମାରିଲା ବିଜେପି ।    

Advertisment

ସେହିପରି  କାଲକାଜୀ ସିଟ୍‌ ପ୍ରାର୍ଥି  ଅତିଶୀ ବିଜେପି  ଆଶାୟି  ରମେଶ ବିଧୁଡିଙ୍କ ଠାରୁ ପଛରେ ଅଛନ୍ତି ।  ରମେଶ ବିଧୁଡି କହିଛନ୍ତି  ଆମ ଆଦମି ପାର୍ଟି  ଦିଲ୍ଳୀରୁ ସଫା ହୋଇଯିବ ।  ବିଧୁଡି କହିଛନ୍ତି ଜନତା ବିଜେପିକୁ  ବହୁମତରେ ବିଜୟ କରିବେ। ଏଥିରେ  ସନ୍ଦେହ ନାହିଁ ।  ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ  ଦିଲ୍ଲୀ ମଧ୍ୟ ଅନ୍ୟ  ସହର ଭଳି ପ୍ରଗତି କରିବ।  ମୁଁ ପୁରା ବିଶ୍ବାସର ସହ କହିବି ଯେ ଆପ୍‌ ଦେଶ ରାଜଧାନୀ  ଦିଲ୍ଳୀରୁ ସଫାହୋଇଯିବ ।  ଏପଟେ  ଗଣିତି ଚାଲିଛି।  ବିଜେପି ଆଗରେ ରହିଛି।  ୨୭ ବର୍ଷ ପରେ ଦିଲ୍ଲୀରେ କ୍ଷମତା ଫେରି ପାଇବାକୁ ଆଶା ବାନ୍ଧିଛି ବିଜେପି । କଡ଼ା ସୁରକ୍ଷା ମଧ୍ୟରେ ଭୋଟ ଗଣତି ।