ରୋଚକ ହେଉଛି ନୂଆପଡ଼ା ରାଜନୀତି:  ଘୋଷଣା ହୋଇନି ଉପନିର୍ବାଚନ ତାରିଖ, ତିନି ଦଳର କସରତ ଆରମ୍ଭ

ନୂଆପଡ଼ା ଉପନିର୍ବାଚନ ତାତି, ବିଜେଡି ଉପରେ ବିଜେପିର ଆଖି!

ନୂଆପଡ଼ା: ବିଜେଡି ଉପରେ ବିଜେପି ଆଖି!

ନୂଆପଡ଼ା: ବିଜେଡି ଉପରେ ବିଜେପି ଆଖି! Photograph: (KanakNews)

କନକ ବ୍ୟୁରୋ; ନୂଆପଡ଼ାର ଦିବଙ୍ଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଏକାଠି ହୋଇଛନ୍ତି ଶାସକ -ବିରୋଧୀ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନୂଆପଡ଼ା ଯାଇ ଢୋଲକିଆଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହିତ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇଛନ୍ତି । ସେପଟେ ଉପନିର୍ବାଚନ ପାଇଁ ୩ ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ଭିତିରିଆ କସରତ ଆରମ୍ଭ କରିଦେଇଛନ୍ତି। କଂଗ୍ରେସରୁ ଘାସିରାମ ମାଝୀ ପ୍ରାର୍ଥୀ ହେବା ନେଇ ପିସିସି ସଭାପତି ଇସାରା ଦେଇସାରିଛନ୍ତି । ହେଲେ ବିଜେଡି ଓ ବିଜେପିର ପ୍ରାର୍ଥୀ କିଏ ହେବେ?  ବିଜେଡି ଅନୁକମ୍ପା କାର୍ଡ ଖେଳିବ କି? ଢୋଲକିଆଙ୍କ ପରିବାର ଉପରେ ବିଜେପିର ନଜର କି? କାରଣ-  ମୁଖ୍ୟମନ୍ତ୍ରୀ ଢୋଲକିଆଙ୍କ ପରିବାରକୁ ଭେଟିବା ପରେ ଏଭଳି ଚର୍ଚ୍ଚା ରାଜନୈତିକ ମହଲରେ ହେଉଛି । 
 
ଚର୍ଚ୍ଚା ହେଉଛି ବିହାର ବିଧାନସଭା ସହ ନୂଆପଡା ଉପନିର୍ବାଚନ ହୋଇପାରେ । ଏଥିପାଇଁ ନିର୍ବାଚନ କମିସନ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏପଟେ ମୁଖ୍ୟମନ୍ତ୍ରୀ ନୂଆପଡ଼ା ଦାୟିତ୍ବ ନେଉଛନ୍ତି ବୋଲି କହି ନୂଆ ଚର୍ଚ୍ଚା ସୃଷ୍ଟି କରିଛନ୍ତି ।  ମୋହନ ମାଝୀ କହିଛନ୍ତି, ନୂଆପଡ଼ା ଭୁବନେଶ୍ବରରୁ ବହୁତ ଦୂରରେ ଥିଲେ ବି ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ରହିଛି। ତେଣୁ ଏହାର ସର୍ବାଙ୍ଗୀନ ଉନ୍ନତି ପାଇଁ ଉଦ୍ୟମ କରିବି। ଆଉ ଆଭାସୀ ମାଧ୍ୟମରେ ବିଜେଡି ସୁପ୍ରିମୋ କହିଥିଲେ, ଢୋଲକିଆ ବାବୁଙ୍କ ଅଧୁରା କାମକୁ ପୂରା କରିବାକୁ ବିଜେଡି ଓ ସେ ପ୍ରସ୍ତୁତ ଅଛନ୍ତି । ତେଣୁ ଏବେ ସମସ୍ତଙ୍କ ନଜର ରହିଛି  ନୂଆପଡା ନିର୍ବାଚନ ତାରିଖକୁ । ଛୋଟ ନିର୍ବାଚନ ହେଲେ ବି ଏହା ୩ ଦଳ ପାଇଁ ଏସିଡ୍‌ ଟେଷ୍ଟ ହେବ ବୋଲି କୁହାଯାଉଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe