କନକବ୍ୟୁରୋ : ନୂଆପଡା ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇନି । କିନ୍ତୁ ଏବେଠୁ ସରଗରମ ହେଲାଣି ନୂଆପଡା ରାଜନୀତି। ନୂଆପଡାକୁ କିଏ ଦଖଲ କରିବ, ଏହାକୁ ନେଇ ସବୁ ଦଳ ଭିତରେ ଆରମ୍ଭ ହୋଇଗଲାଣି ପ୍ରତିଯୋଗିତା । ଏହାରି ଭିତରେ କାଲି ନୂଆପଡା ଯିବେ ମୁଖ୍ୟମନ୍ତ୍ରୀ । ଏଠାରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ନୂଆପଡା ବାସୀଙ୍କୁ ମୁଖ୍ୟମନ୍ତ୍ରୀ ଭେଟି ଦେବେ ଏକାଧିକ ପ୍ରକଳ୍ପ ।
ବିଜେପି ନେତା ଯଦୁମଣି ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିବା ସହ ଶକ୍ତି ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ୨୦୧୯ରେ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ି ୧୬ ହଜାର ୫ଶହ ଭୋଟ ପାଇଥିଲେ ଯଦୁମଣି । ଗତ ନିର୍ବାଚନରେ ଅଭିନନ୍ଦନ ପଣ୍ଡାଙ୍କୁ ଟିକେଟ ଦେଇଥିଲା ବିଜେପି। ହେଲେ, ବିଜେପିର ହାୱା ସତ୍ୱେ ଅଭିନନ୍ଦନ ୩ୟ ସ୍ଥାନରେ ରହିଥିଲେ। ସେହିପରି ଆଜି କଂଗ୍ରେସ ମଧ୍ୟ ନୂଆପଡ଼ାରେ ପଦଯାତ୍ରା କରିବାକୁ ଘୋଷଣା କରିଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି କାର୍ଯ୍ୟକ୍ରମ ବାତିଲ କରିବାକୁ ଚାପ ପଡୁଥିବା ଅଭିଯୋଗ କରିଛନ୍ତି ପିସିସି ସିଭାପତି ।
--
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2025/10/06/cm-2025-10-06-08-06-22.png)