କନକ ବ୍ୟୁରୋ: ପଶ୍ଚିମଓଡ଼ିଶାରେ ପ୍ରଧାନମନ୍ତ୍ରୀ ପାୱାର ସୋ କରିବା ପରେ ନୂଆପଡ଼ା ଉପନିର୍ବାଚନ ଉପରେ ରହିଛି ସମସ୍ତଙ୍କ ନଜର  । ଏପଟେ ନିର୍ବାଚନ କମିସନ ନୂଆପଡ଼ା ଉପନିର୍ବାଚନ ପାଇଁ ସଂକେତ ଦେବା ପରେ, ବାଜି ମାରିବା ପାଇଁ ରଣନୀତି କରୁଛନ୍ତି ରାଜନୈତିକ ଦଳ । 

Advertisment

ବିହାର ବିଧାନସଭା ସହ ନୂଆପଡ଼ା ବିଧାନସଭା ଆସନ ଉପନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ନିର୍ବାଚନ କମିସନ । ଓଡ଼ିଶା ସମେତ ହେବାକୁ ଥିବା ୮ ରାଜ୍ୟର ଉପନିର୍ବାଚନ ପାଇଁ ନିର୍ବାଚନ କମିଶନ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି । 

୨୦୨୪ ନିର୍ବାଚନରେ ନୂଆପଡ଼ାରେ ପ୍ରଥମ ସ୍ଥାନରେ ରହି ବିଜୟୀ ହୋଇଥିଲେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ। ଦ୍ବିତୀୟ ସ୍ଥାନରେ ରହି ୫୦ହଜାରରୁ ଅଧିକ ଭୋଟ ପାଇଥିଲେ ସ୍ବାଧୀନ ପ୍ରାର୍ଥୀ ଘାସିରାମ ମାଝୀ । ବିଜେପି ପ୍ରାର୍ଥୀ ଅଭିନନ୍ଦନ ପଣ୍ଡା ତୃତୀୟ ସ୍ଥାନକୁ ଖସି ଆସିଥିଲେ। କିନ୍ତୁ ଏଥର କଂଗ୍ରେସ ଘାଷିରାମ ମାଝୀଙ୍କୁ ପ୍ରାର୍ଥୀ କରିବାକୁ ଯୋଜନା କରୁଥିବାରୁ ଦଳ ବିଜୟର ସ୍ବପ୍ନ ଦେଖୁଛି । ଅନ୍ୟପଟେ ଯିଏ ଆସିଲେ ନୂଆପଡ଼ାକୁ ବିଜେଡି ହାତରୁ କେହି ନେଇପାରିବେନି ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ବିଜେଡି ନେତ୍ରୀ । ହେଲେ ବିକାଶ ପାଇଁ ନୂଆପଡ଼ାବାସୀ ବିଜେପିକୁ ଭୋଟ ଦେବେ ବୋଲି ଦାବି କରିଛନ୍ତି ବିଜେପି ରାଜ୍ୟ ସଭାପତି ।  ଆଗକୁ ପଂଚାୟତ ନିର୍ବାଚନ ରହିଥିବାରୁ,  ନୂଆପଡ଼ା ଉପନିର୍ବାଚନ ତିନି ପ୍ରମୁଖ ଦଳ ପାଇଁ ଅଗ୍ନିପରୀକ୍ଷା ହେବ  ।