କନକ ବ୍ୟୁରୋ : ନିର୍ବାଚନ ଆୟୋଗ ବିହାର ବିଧାନସଭାର ବିରୋଧୀଦଳ ନେତା ତେଜସ୍ୱୀ ଯାଦବଙ୍କୁ ନୋଟିସ କରିଛନ୍ତି । ନୋଟିସରେ ତେଜସ୍ୱୀ ଯାଦବ ସାମ୍ବାଦିକ ସମ୍ମିଳନୀ କେଉଁ ଯେଉଁ ଭୋଟର ଆଇକାର୍ଡ ଦେଖାଇଥିଲେ ତାହାକୁ ଦାଖଲ କରିବାକୁ କୁହାଯାଇଛି । ନିର୍ବାଚନ ଆୟୋଗ କହିଛନ୍ତି କି, ତେଜସ୍ୱୀ ଯେଉଁ ଏପିକ୍ ନମ୍ବର ଦେଖାଉଛନ୍ତି ସେହି ଭୋଟର ଆଇକାର୍ଡ ବୈଦ୍ଧ ନୁହେଁ । ତେଣୁ ଏହି କାର୍ଡର ଯାଂଚ କରାଯିବ ବୋଲି କହିଛନ୍ତି ନିର୍ବାଚନ ଆୟୋଗ ।
ସୂଚନା ଥାଉ କି, ନିର୍ବାଚନ ଆୟୋଗଙ୍କ ତରଫରୁ ବିହାର ଭୋଟର ତାଲିକା ପ୍ରକାଶ ପାଇବା ପରେ ତେଜସ୍ୱୀ ଯାଦବ ଏକ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ କି, ଭୋଟର ତାଲିକାରେ ତାଙ୍କର ନାମ ନାହିଁ । ଏନେଇ ପ୍ରଶାସନ ତେଜସ୍ୱୀଙ୍କ ଦାବିକୁ ଖଣ୍ଡନ କରିବା ପରେ ତେଜସ୍ୱୀ କହିଥିଲେ କି ତାଙ୍କ ଏପିକ୍ ନମ୍ବର ବଦଳାଇ ଦିଆଯାଇଛି । ଏବେ ନିର୍ବାଚନ କମିସନ ତେଜସ୍ୱୀଙ୍କ ଦ୍ୱାରା ଦେଖାଯାଇଥିବା ଭୋଟର ଆଇକାର୍ଡ ଓ ତା'ର ଏପିକ୍ ନମ୍ବର ଯାଂଚ କରିବେ ।
ଏନେଇ ଏନଡିଏ ପ୍ରବକ୍ତା କହିଛନ୍ତି, ଏହି ଏପିକ୍ ନମ୍ବର କେଉଁଠୁ ଆସିଛି । କୌଣସି ବ୍ୟକ୍ତି ଦୁଇଟି ଭୋଟର ଆଇକାର୍ଡ ରଖିବାର ପ୍ରାବଧାନ ନାହିଁ । ଯଦି କେହି ରଖିଥାନ୍ତି ତେବେ ତାହା ଅପରାଧ । ଏନେଇ ଏନଡିଏ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ଏଥିରେ ବିଜେପି ପ୍ରବକ୍ତା ଅଜୟ ଆଲୋକ, ଜେଡିୟୁ ପ୍ରବକ୍ତା ନୀରଜ କୁମାର, ଲୋକ ଜନଶକ୍ତିର ରାଜେଶ ଭଟ୍ଟ, ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚା ତରଫରୁ କେ,ଶ୍ୟାମ ସୁନ୍ଦର ଯୋଗ ଦେଇ କହିଥିଲେ କି, ଏହା ଏକ ଗମ୍ଭୀର ମାମଲା, ଏନଡିଏ ଏହାର ସମ୍ପୂର୍ଣ୍ଣ ଯାଂଚ କରିବାକୁ ଦାବି କରୁଛି ।