ରାହୁଲ ଗାନ୍ଧୀଙ୍କ ଭୋଟ୍ ଚୋରି ଅଭିଯୋଗରେ ଜବାବ ରଖିଲେ ନିର୍ବାଚନ କମିସନ: କହିଲେ, ଭୋଟ୍ ଚୋରି ଶବ୍ଦ ସମ୍ପୂର୍ଣ୍ଣ ଭୁଲ

ଆମ ପାଇଁ କେହି ପକ୍ଷ କି ବିପକ୍ଷ ନାହାନ୍ତି । ଆମ ପାଇଁ ସମସ୍ତେ ସମକକ୍ଷ। ଏହାସହିତ ନିର୍ବାଚନ କମିସନ୍, ମତଦାତାଙ୍କ ସପକ୍ଷରେ କହିଛନ୍ତି ଯେ, ନିର୍ବାଚନ କମିସନ ନିର୍ଭୀକ ଭାବେ କୌଣସି ଭେଦଭାବ ନରଖି ଗରିବ, ଧନୀ, ବୃଦ୍ଧ, ମହିଳା ଏବଂ ଯୁବବର୍ଗଙ୍କ ଏବଂ ସବୁ ଧର୍ମର ମତଦାତାଙ୍କ ସହ ସବୁବେଳେ ରହିଛି।

18

Photograph: (kanak news)

କନକ ବ୍ୟୁରୋ: ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଭୋଟ୍ ଚୋରି ଅଭିଯୋଗର ଜବାବ ରଖିଛନ୍ତି ଭାରତୀୟ ନିର୍ବାଚନ କମିସନ। ଭୋଟ୍ ଚୋରି ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି ନିର୍ବାଚନ କମିସନ ଜ୍ଞାନେଶ କୁମାର। କହିଛନ୍ତି, ଭୋଟ୍ ଚୋରି ହୋଇଥିଲେ, ଏହା ବିରୋଧରେ କୋର୍ଟଙ୍କ ଦ୍ବାରସ୍ଥ ହୋଇପାରିବେ । ଆମ ପାଇଁ କେହି ପକ୍ଷ କି ବିପକ୍ଷ ନାହାନ୍ତି । ଆମ ପାଇଁ ସମସ୍ତେ ସମକକ୍ଷ। ଏହାସହିତ ନିର୍ବାଚନ କମିସନ୍, ମତଦାତାଙ୍କ ସପକ୍ଷରେ କହିଛନ୍ତି ଯେ, ନିର୍ବାଚନ କମିସନ ନିର୍ଭୀକ ଭାବେ କୌଣସି ଭେଦଭାବ ନରଖି ଗରିବ, ଧନୀ, ବୃଦ୍ଧ, ମହିଳା ଏବଂ ଯୁବବର୍ଗଙ୍କ ଏବଂ ସବୁ ଧର୍ମର ମତଦାତାଙ୍କ ସହ ସବୁବେଳେ ରହିଛି। ଭାରତୀୟ ସମ୍ବିଧାନ ଅନୁସାରେ, ୧୮ ବର୍ଷ ବୟସରେ ଜଣେ ନାଗରିକ ଭୋଟ ଦେବାର ଅଧିକାର ପାଇଥାଏ । ଆଇନ୍ ଅନୁସାରେ, ପ୍ରତି ରାଜନୈତିକ ଦଳର ଜନ୍ମ ନିର୍ବାଚନ କମିସନରେ ପଞ୍ଜୀକୃତ ହୋଇଥାଏ। ତାହେଲେ ନିର୍ବାଚନ ଆୟୋଗ ସମାନ ରାଜନୈତିକ ଦଳ ମଧ୍ୟରେ ମତଭେଦ କରିପାରିବେ ବୋଲି ପ୍ରଶ୍ନ କରିଛନ୍ତି ନିର୍ବାଚନ କମିସନର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe