ଲୋକସଭା ନିର୍ବାଚନକୁ ନେଇ କେନ୍ଦ୍ରୀୟ ନିର୍ବାଚନ ଆୟୋଗଙ୍କ ତଥ୍ୟ । ପୁରୁଷଙ୍କ ତୁଳନାରେ ଭୋଟ ଦେଇଛନ୍ତି ଅଧିକ ମହିଳା

Advertisment

୨୦୧୯ତୁଳନାରେ ୨୦୨୪ରେ ୭.୪୩ ପ୍ରତିଶତ ଭୋଟରଙ୍କ ସଂଖ୍ୟା ବୃଦ୍ଧି ପାଇଛି । ୨୦୨୪ ମସିହାରେ ୬୪.୬୪ କୋଟି ଭୋଟର ଭୋଟ ଦେଇଥିବାବେଳେ ୨୦୧୯ରେ ୬୧.୪ କୋଟି ଭୋଟ ଦିଆଯାଇଥିଲା। କେନ୍ଦ୍ରୀୟ ନିର୍ବାଚନ ଆୟୋଗର ତଥ୍ୟ ଅନୁଯାୟୀ, ୨୦୨୪ ଲୋକସଭା ନିର୍ବାଚନରେ ଭୋଟର ସଂଖ୍ୟା ରହିଥିଲା ୯୭ କୋଟି, ୯୭ ଲକ୍ଷ ୫୧ ହଜାର ୮୪୭।

୨୦୧୯ତୁଳନାରେ ୨୦୨୪ରେ ୭.୪୩ ପ୍ରତିଶତ ଭୋଟରଙ୍କ ସଂଖ୍ୟା ବୃଦ୍ଧି ପାଇଛି । ୨୦୨୪ ମସିହାରେ ୬୪.୬୪ କୋଟି ଭୋଟର ଭୋଟ ଦେଇଥିବାବେଳେ ୨୦୧୯ରେ ୬୧.୪ କୋଟି ଭୋଟ ଦିଆଯାଇଥିଲା। କେନ୍ଦ୍ରୀୟ ନିର୍ବାଚନ ଆୟୋଗର ତଥ୍ୟ ଅନୁଯାୟୀ, ୨୦୨୪ ଲୋକସଭା ନିର୍ବାଚନରେ ଭୋଟର ସଂଖ୍ୟା ରହିଥିଲା ୯୭ କୋଟି, ୯୭ ଲକ୍ଷ ୫୧ ହଜାର ୮୪୭।

eci

eci Photograph: (eci )

କନକ ବ୍ୟୁରୋ : ଲୋକସଭା ନିର୍ବାଚନରେ ପୁରୁଷଙ୍କ ତୁଳନାରେ ଅଧିକ ଭୋଟ ଦେଇଥିଲେ ମହିଳା। କେନ୍ଦ୍ରୀୟ ନିର୍ବାଚନ ଆୟୋଗ ଏନେଇ ଏକ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଛନ୍ତି । ଭୋଟିଂରେ ୬୫.୭୮ ପ୍ରତିଶତ ମହିଳା ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିଥିବା ବେଳେ  ୬୫.୫୫ପ୍ରତିଶତ ପୁରୁଷ ଭୋଟର ମତ ଦେଇଛନ୍ତି । ୨୦୧୯ତୁଳନାରେ ୨୦୨୪ରେ ୭.୪୩ ପ୍ରତିଶତ ଭୋଟରଙ୍କ ସଂଖ୍ୟା ବୃଦ୍ଧି ପାଇଛି । ୨୦୨୪ ମସିହାରେ ୬୪.୬୪ କୋଟି ଭୋଟର ଭୋଟ ଦେଇଥିବାବେଳେ ୨୦୧୯ରେ ୬୧.୪ କୋଟି ଭୋଟ ଦିଆଯାଇଥିଲା। କେନ୍ଦ୍ରୀୟ ନିର୍ବାଚନ ଆୟୋଗର ତଥ୍ୟ ଅନୁଯାୟୀ, ୨୦୨୪ ଲୋକସଭା ନିର୍ବାଚନରେ ଭୋଟର ସଂଖ୍ୟା ରହିଥିଲା ୯୭ କୋଟି, ୯୭ ଲକ୍ଷ ୫୧ ହଜାର ୮୪୭। ୨୦୧୯ତୁଳନାରେ ଏହା ୭.୪୩ ପ୍ରତିଶତ ଅଧିକ ବୋଲି କୁହାଯାଇଛି। ଆସାମର ଧୁବ୍ରିରେ ସର୍ବାଧିକ ମତଦାନ ୯୨.୩ ପ୍ରତିଶତ ରହିଥିବା ବେଳେ ଶ୍ରୀନଗରରେ ସର୍ବନିମ୍ନ ୩୮.୭ପ୍ରତିଶତ ମତଦାନ ହୋଇଛି। ସାଧାରଣ ନିର୍ବାଚନ ଇତିହାସରେ ଏହା ଦ୍ୱିତୀୟ ଥର ଯେତେବେଳେ ମହିଳା ଭୋଟରଙ୍କ ସଂଖ୍ୟା ପୁରୁଷ ଭୋଟରଙ୍କ ଅପେକ୍ଷା ଅଧିକ ଥିଲା ବୋଲି ସୂଚନା ଦେଇଛନ୍ତି କେନ୍ଦ୍ରୀୟ ନିର୍ବାଚନ କମିଶନ।

ଅଧିକ ଭୋଟ ଦେଇଛନ୍ତି ମହିଳା
ଲୋକସଭା ନିର୍ବାଚନ ନେଇ କେନ୍ଦ୍ରୀୟ ନିର୍ବାଚନ ଆୟୋଗଙ୍କ ତଥ୍ୟ
ଚଳିତ ଥର ପୁରୁଷଙ୍କ ତୁଳନାରେ ଅଧିକ ଭୋଟ ଦେଇଥିଲେ ମହିଳା
୬୫.୭୮ ପ୍ରତିଶତ ମହିଳା ଭୋଟର ମତାଧିକାର ସାବ୍ୟସ୍ତ କରିଥିଲେ
୬୫.୫୫ପ୍ରତିଶତ ପୁରୁଷ ଭୋଟର ମତ ଦେଇଥିଲେ
୨୦୧୯ତୁଳନାରେ ୨୦୨୪ରେ ଭୋଟରଙ୍କ ସଂଖ୍ୟା ୭.୪୩ ପ୍ରତିଶତ ବୃଦ୍ଧି
୨୦୨୪ ମସିହାରେ ୬୪.୬୪ କୋଟି ଭୋଟର ରହିଥିଲେ 
୨୦୧୯ରେ ଭୋଟ ଦେଇଥିଲେ ୬୧.୪ କୋଟି ଭୋଟ ଦେଇଥିଲେ ଭୋଟର
ଆସାମର ଧୁବ୍ରିରେ ସର୍ବାଧିକ ୯୨.୩ ପ୍ରତିଶତ ମତଦାନ ହୋଇଥିଲା
ଶ୍ରୀନଗରରେ ହୋଇଥିଲା ସର୍ବନିମ୍ନ ୩୮.୭ ପ୍ରତିଶତ ମତଦାନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe