କନକ ବ୍ୟୁରୋ : ନିର୍ବାଚନ ଆୟୋଗ ନିଜର ୱେବସାଇଟ ଓ ଆପରେ ନୂଆ ଇ- ସାଇନ୍ ଫିଚର ଆରମ୍ଭ କରିଛନ୍ତି । ଏହି କ୍ରମରେ ଏବେ ଭୋଟର ପଞ୍ଜିକରଣ, ନାମ କାଟିବା ବା ପରିବର୍ତ୍ତନ କରିବା ପାଇଁ ଆବେଦନ କରୁଥିବା ଲୋକଙ୍କ ପରିଚୟ, ଆଧାର ସହିତ ଲିଙ୍କ୍ ମୋବାଇଲ ନମ୍ବର ମାଧ୍ୟମରେ ଆବେଦନ କରିବାକୁ ପଡ଼ିବ ।
ଏହି ନିଷ୍ପତ୍ତି ଏଭଳି ସମୟରେ ନିଆଯାଇଛି । ଯେତେବେଳେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କର୍ଣ୍ଣାଟକର ଆଲନ୍ଦା ଆସନରେ ଉପରେ ଅନଲାଇନ ଭୋଟର ଡିଲିସନ ଫର୍ମର ଦୂରୋପଯୋଗ ହୋଇଥିବା ଅଭିଯୋଗ ଆଣିଥିଲେ । ଏହାକୁ ରାହୁଲ ଗାନ୍ଧୀ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଏକ ଷଡଯନ୍ତ୍ର ବୋଲି କୁହାଯାଇଥିଲା ।
ପ୍ରଥମେ ଆବେଦକ ନିର୍ବାଚନ ଆୟୋଗଙ୍କ ୱେବସାଇଟକୁ ଯାଇ ନିଜର ଏପିକ୍ ନମ୍ବର ସହ ମୋବାଇଲ ନମ୍ବର ଯୋଡି ଫର୍ମ ଦାଖଲ କରୁଥିଲେ । ତେଣୁ ଜଣାପଡୁନଥିଲା ବାସ୍ତବରେ ମତଦାତା ନିଜେ ଆବେଦନ କରୁଛନ୍ତି କି, ଅନ୍ୟ କେହି ।
ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ଏବେ ନୂଆ ଭୋଟରଙ୍କ ନାମ ଯୋଡିବାକୁ ହେଲେ ଫର୍ମ-୬, ନାମ ହଟାଇବାକୁ ହେଲେ ଫର୍ମ-୭ ଓ ତାଲିକାରେ କିଛି ସୁଧାର ପାଇଁ ଆବେଦକଙ୍କ ଫର୍ମ-୮ ଭରିବାକୁ ପଡ଼ୁଥିଲା । ଏଥିପାଇଁ ଆବେଦକଙ୍କୁ ଇ-ସାଇନ୍ ପ୍ରକ୍ରିୟା ପୂରା କରିବାକୁ ମଧ୍ୟ ପଡ଼ୁଥିଲା । ଫର୍ମ ଭରିବା ପରେ ଆବେଦକଙ୍କୁ ସିଡିସିଏ ପୋର୍ଟାଲକୁ ପଠାଯାଉଥିଲା । ଏଥିରେ ଆଧାର ନମ୍ବର ଦେବା ପରେ ଆଧାର ସହ ସଂଯୋଗ ମୋବାଇଲ ନମ୍ବରକୁ ଏକ ଓଟିପି ଆସୁଥିଲା । ଓଟିପି ଭରି ସହମତି ଦେବା ପରେ ଆବେଦନ ଆଗକୁ ବଢ଼ୁଥିଲା ଓ ଇସିଆଇ ନେଟ ପୋର୍ଟାଲରେ ସବମିଟ୍ କରାଯାଉଥିଲା । ସେପଟେ ନିର୍ବାଚନ ଆୟୋଗ ସୂତ୍ର କହିଛି ଏବେ ଯେଉଁ ନୂଆ ପ୍ରକ୍ରିୟା ଅଣାଯାଇଛି ସେଥିରେ ଆଲନ୍ଦ ନିର୍ବାଚନ କ୍ଷେତ୍ରରେ ଭୋଟର ତାଲିକାକୁ ନେଇ ଯେଉଁ ଘଟଣା ଘଟିଛି ତାହା ବନ୍ଦ ହୋଇଯିବ ।