ନୂଆପଡ଼ାରେ ସରିଲା ନିର୍ବାଚନ ପ୍ରଚାର, ଲାଗିଲା ନିରବ ଅବଧି କଟକଣା

ନୂଆପଡ଼ା ଛାଡିଲେ ବାହାର ଜିଲ୍ଲାର ନେତା । ସ୍ଥାନୀୟ ନେତାଙ୍କ କାନ୍ଧରେ ବିଜୟ ଦାୟିତ୍ବ ।

Nuapada election

Nuapada election Photograph: (KanakNews)

କନକ ବ୍ୟୁରୋ: ନିର୍ବାଚନ ତାରିଖ ଘୋଷଣା ହେବା ପରଠାରୁ କମ୍ପୁଥିବା ନୂଆପଡ଼ା ଏବେ ନୀରବ ହୋଇଯାଇଛି । ଦିନକ ପରେ ମତଦାନ ହେବାକୁ ଯାଉଥିବାରୁ ନିର୍ବାଚନ କମିସନଙ୍କ ନିୟମ ଅନୁସାରେ ଆଜି ସନ୍ଧ୍ୟାରୁ ବନ୍ଦ ହୋଇଯାଇଛି ପ୍ରଚାର । ଡେରା ପକାଇଥିବା ବାହାର ନେତା ଓ କର୍ମୀ ବି ନୂଆପଡ଼ା ଛାଡ଼ିଛନ୍ତି। ଆରମ୍ଭ ହୋଇଛି ସାଇଲେଣ୍ଟ ପିରିୟଡ୍ । ଏହି ସମୟରେ ସମସ୍ତ ପ୍ରକାର ପ୍ରଚାର ପ୍ରସାର ଉପରେ କଟକଣା ଲଗାଯାଇଛି । ଯିଏ ନିୟମ ଭଂଗ କରିବ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ।  ଏହି ନୀରବ ଅବଧି ସବୁ ଦଳ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ । ବାହାରୁ ଯାଇଥିବା ନେତା ନିର୍ବାଚନମଣ୍ଡଳୀ ଛାଡୁଥିବାରୁ ସ୍ଥାନୀୟ ନେତାଙ୍କ ଉପରେ ନିର୍ଭର କରୁଛି ପ୍ରାର୍ଥୀଙ୍କ ବିଜୟ ।  ଯଦି ସ୍ଥାନୀୟ ନେତା କିଛି ଗଡ଼ବଡ଼ କରିବେ ତାହେଲେ ବଦଳି ଯିବ ପୂରା ଗଣିତ ।

ଭିଡିଓ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିଜେଡି ସୁପ୍ରିମୋ

ଭୋଟ୍ ଦାନକୁ ସୁରୁଖୁରରେ ସାରିବା ପାଇଁ ପ୍ରଶାସନ ପକ୍ଷରୁ ଚୂଡାନ୍ତ ପ୍ରସ୍ତୁତି ହୋଇଛି । ଇଭିଏମ ଗୁଡିକର ଯାଂଚ କରାଯାଉଛି । ଇଭିଏମରେ କେମିତି ମତଦାନ କରାଇବେ ପୁଲିଂ ଅଧିକାରୀଙ୍କୁ ସେନେଇ ପ୍ରଶିକ୍ଷଣ ଦିଆଯାଇଛି । ଆସନ୍ତାକାଲି ବୁଥ୍ ବାହାରିବେ ପୁଲିଂ ପାର୍ଟି। ସମ୍ବେଦନଶୀଳ ୮ଟି ବୁଥକୁ ସ୍ବତନ୍ତ୍ର ହେଲିକପ୍ଟରରେ ଯିବେ ପୁଲିଂ ପାର୍ଟି । ମତଦାନ ଦିନ ଅପରାହ୍ନ ୫ଟା ଯାଏଁ ଭୋଟିଂ ପ୍ରକ୍ରିୟା ଜାରି ରହିବ । ସମ୍ବେଦନଶୀଳ ବୁଥରେ ୪ଟା ଯାଏ ହେବ ଭୋଟ୍ । ସମ୍ବେଦନଶୀଳ ବୁଥରେ ସଶସ୍ତ୍ର ସୁରକ୍ଷାକର୍ମୀ ଜଗିବେ ।  ନୂଆପଡ଼ାର ଅଢ଼େଇ ଲକ୍ଷ ଭୋଟର ନେତା ବାଛିବେ । କିନ୍ତୁ ନିର୍ବାଚନ ପ୍ରଚାରରେ ନୂଆପଡ଼ାର ବାସ୍ତବ ସମସ୍ୟାକୁ  ନେଇ କମ୍ ଆଲୋଚନା ହୋଇଥିବାରୁ ଲୋକେ କାହାକୁ ଭରସା କରିବେ ତା ଉପରେ ନଜର । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe