କନକ ବ୍ୟୁରୋ: ନିର୍ବାଚନ ତାରିଖ ଘୋଷଣା ହେବା ପରଠାରୁ କମ୍ପୁଥିବା ନୂଆପଡ଼ା ଏବେ ନୀରବ ହୋଇଯାଇଛି । ଦିନକ ପରେ ମତଦାନ ହେବାକୁ ଯାଉଥିବାରୁ ନିର୍ବାଚନ କମିସନଙ୍କ ନିୟମ ଅନୁସାରେ ଆଜି ସନ୍ଧ୍ୟାରୁ ବନ୍ଦ ହୋଇଯାଇଛି ପ୍ରଚାର । ଡେରା ପକାଇଥିବା ବାହାର ନେତା ଓ କର୍ମୀ ବି ନୂଆପଡ଼ା ଛାଡ଼ିଛନ୍ତି। ଆରମ୍ଭ ହୋଇଛି ସାଇଲେଣ୍ଟ ପିରିୟଡ୍ । ଏହି ସମୟରେ ସମସ୍ତ ପ୍ରକାର ପ୍ରଚାର ପ୍ରସାର ଉପରେ କଟକଣା ଲଗାଯାଇଛି । ଯିଏ ନିୟମ ଭଂଗ କରିବ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ । ଏହି ନୀରବ ଅବଧି ସବୁ ଦଳ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ । ବାହାରୁ ଯାଇଥିବା ନେତା ନିର୍ବାଚନମଣ୍ଡଳୀ ଛାଡୁଥିବାରୁ ସ୍ଥାନୀୟ ନେତାଙ୍କ ଉପରେ ନିର୍ଭର କରୁଛି ପ୍ରାର୍ଥୀଙ୍କ ବିଜୟ । ଯଦି ସ୍ଥାନୀୟ ନେତା କିଛି ଗଡ଼ବଡ଼ କରିବେ ତାହେଲେ ବଦଳି ଯିବ ପୂରା ଗଣିତ ।
ଭିଡିଓ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିଜେଡି ସୁପ୍ରିମୋ
ଭୋଟ୍ ଦାନକୁ ସୁରୁଖୁରରେ ସାରିବା ପାଇଁ ପ୍ରଶାସନ ପକ୍ଷରୁ ଚୂଡାନ୍ତ ପ୍ରସ୍ତୁତି ହୋଇଛି । ଇଭିଏମ ଗୁଡିକର ଯାଂଚ କରାଯାଉଛି । ଇଭିଏମରେ କେମିତି ମତଦାନ କରାଇବେ ପୁଲିଂ ଅଧିକାରୀଙ୍କୁ ସେନେଇ ପ୍ରଶିକ୍ଷଣ ଦିଆଯାଇଛି । ଆସନ୍ତାକାଲି ବୁଥ୍ ବାହାରିବେ ପୁଲିଂ ପାର୍ଟି। ସମ୍ବେଦନଶୀଳ ୮ଟି ବୁଥକୁ ସ୍ବତନ୍ତ୍ର ହେଲିକପ୍ଟରରେ ଯିବେ ପୁଲିଂ ପାର୍ଟି । ମତଦାନ ଦିନ ଅପରାହ୍ନ ୫ଟା ଯାଏଁ ଭୋଟିଂ ପ୍ରକ୍ରିୟା ଜାରି ରହିବ । ସମ୍ବେଦନଶୀଳ ବୁଥରେ ୪ଟା ଯାଏ ହେବ ଭୋଟ୍ । ସମ୍ବେଦନଶୀଳ ବୁଥରେ ସଶସ୍ତ୍ର ସୁରକ୍ଷାକର୍ମୀ ଜଗିବେ । ନୂଆପଡ଼ାର ଅଢ଼େଇ ଲକ୍ଷ ଭୋଟର ନେତା ବାଛିବେ । କିନ୍ତୁ ନିର୍ବାଚନ ପ୍ରଚାରରେ ନୂଆପଡ଼ାର ବାସ୍ତବ ସମସ୍ୟାକୁ ନେଇ କମ୍ ଆଲୋଚନା ହୋଇଥିବାରୁ ଲୋକେ କାହାକୁ ଭରସା କରିବେ ତା ଉପରେ ନଜର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/11/09/nuapada-election-2025-11-09-19-50-00.jpg)