କନକ ବ୍ୟୁରୋ: ରାୟଗଡ଼ା ସଦର ବିଡିଓ ସୁଜିତ୍ କୁମାର ମିଶ୍ରଙ୍କୁ ଘେରିଲେ ନିର୍ବାଚିତ ପ୍ରତିନିଧି। ଗ୍ରାମାଞ୍ଚଳରେ ବିକାଶମୂଳକ କାର୍ୟ୍ୟ ହେଉନଥିବା ବେଳେ ଶାସକ ଦଳର ନେତାଙ୍କୁ ଇସାରାରେ କାର୍ୟ୍ୟାଦେଶ ବଣ୍ଟନ କରାଯାଉଥିବା ଅଭିଯୋଗ ଅଣାଯାଇଛି । ରାୟଗଡ଼ା ବ୍ଲକ ଚେୟାରମ୍ୟାନ୍ ଟୁନି ହୁଇକା ଓ ଭାଇସ୍ ଚେୟାରମ୍ୟାନ୍ ହରପ୍ରସାଦ ହେପ୍ରୁକାଙ୍କ ସମେତ ୨୦ ଜଣ ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ପ୍ରାୟ ୨ ଘଣ୍ଟାଧରି ବିଡିଓଙ୍କୁ ଘେରାଉ କରିଥିଲେ ।

Advertisment

ବିକଶିତ ଗାଁ ବିକଶିତ ଓଡିଶା ଯୋଜନାରେ ରାୟଗଡା ସଦର ବ୍ଲକକୁ ପ୍ରାୟ ୫୦ ଲକ୍ଷ ଟଙ୍କାର ଅନୁଦାନ ଆସିଛି । ହେଲେ ସେସବୁ ଅନୁଦାନକୁ ବ୍ଲକ ଅଧକ୍ଷ୍ୟା କିମ୍ବା ନିର୍ବାଚିତ ପ୍ରତିନିଧିଙ୍କ ବିନା ପରାମର୍ଶରେ କାର୍ୟ୍ୟାଦେଶ ବଣ୍ଟନ କରାଯାଇଥିବା ଅଭିଯୋଗ ହୋଇଛି। ପ୍ରାୟ ୨ ଘଣ୍ଟା ଧରି ନିର୍ବାଚିତ ପ୍ରତିନିଧିଙ୍କ ପ୍ରଶ୍ନବାଣର ଶିକାର ହୋଇ ବିଡିଓ ସୁଜିତ୍ କୁମାର ମିଶ୍ର କାର୍ୟ୍ୟାଳୟରୁ ଚାଲିଯାଇଥିଲେ। ତେବେ ଗ୍ରାମାଞ୍ଚଳର ଉନ୍ନୟନ ପାଇଁ ପ୍ରସ୍ତୁତ ହୋଇଥଇବା କାର୍ୟ୍ୟ ଖସଡା ତୁରନ୍ତ ପରିବର୍ତ୍ତନ ନକଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ହେବ ବୋଲି ନିର୍ବାଚିତ ପ୍ରତିନିଧି ମାନେ ପ୍ରକାଶ କରିଛନ୍ତି ।  

ଆହୁରି ପଢ଼ନ୍ତୁ : ମାଓ ସଂଗଠନକୁ ବଡ଼ ଝଟକା; ଏନକାଉଣ୍ଟରରେ ୧୫ ମାଓବାଦୀ ମୃତ

ସେପଟେ ଦିନ ଦ୍ବିପ୍ରହରରେ ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ଅଧୀନରେ କାର୍ୟ୍ୟରତ ମହିଳା ଫରେଷ୍ଟରଙ୍କ ଦବଙ୍ଗଗିରି। ଖୁଲମ ଖୁଲା କହୁଛନ୍ତି ସବୁ ଆଡେ ଟଙ୍କା ଖାଉଛୁ, ଖାଲି ଏଇଠି ଆମେ ଟଙ୍କା ପାଇନୁ ବୋଲି ଗାଡ଼ି ଅଟକାଇଛୁ। ପଇସା ଖାଇବା ପାଇଁ ମୁଁ ଚାକିରି କରିଛି।’

ସୂଚନା ଅନୁସାରେ, ଗୁରୁବାର ମଧ୍ୟାହ୍ନରେ ସ୍ଥାନୀୟ ସରପଞ୍ଚଙ୍କ ନିର୍ଦ୍ଦେଶରେ ବେତନଟୀ ବ୍ଲକ ଅଧୀନ ଦାରିହା ଗ୍ରାମର ଏକ ଅନ୍ତୋଦୟ ଯୋଜନାରେ ଗୃହ ନିର୍ମାଣ ପରେ ବଳି ପଡ଼ିଥିବା ମାଟି ମିଶ୍ରିତ ବାଲି ବୋଝେଇ କରି ରାଜେଶ କବାଟ ନିଜ ଟ୍ରାକ୍ଟରରେ ଅନ୍ୟ ଏକ ଗୃହ ନିର୍ମାଣ ପାଇଁ ନେଉଥିଲେ। ଏହି ସମୟରେ ହଠାତ୍ ବେତନଟୀ ଫରେଷ୍ଟର ଆସି ଟ୍ରାକ୍ଟର ଅଟକାଇଥିଲେ। ପରେ ରାଜେଶ ତାଙ୍କୁ ସରପଞ୍ଚଙ୍କ ଲିଖିତ କାଗଜ ଦେଖାଇଥିଲେ ବି ସେ ଗାଡ଼ିକୁ ଦୀର୍ଘ ସମୟ ଧରି ଅଟକ ରଖିଥିଲେ। ପରେ ସ୍ଥାନୀୟ ସରପଞ୍ଚଙ୍କ ସହିତ ତାଙ୍କ ଉପରିସ୍ଥ ଅଧିକାରୀ ମଧ୍ୟ ଗାଡ଼ି ଛାଡ଼ିବାକୁ କହିଥିଲେ ବି ନିଜ ଜିଦରେ ଅଟଳ ରହିଥିଲେ ଓ କହିଥିଲେ କି ଆମେ ଟଙ୍କା ଖାଇବାକୁ ଚାକିରି କରିଛୁ। ଯେଉଁଥିପାଇଁ ଘଟଣା ସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ପରେ ବୈଶିଙ୍ଗା ପୁଲିସ ଘଟଣା ସ୍ଥଳରେ ପହଞ୍ଚିବା ପରେ ସେ ଟ୍ରାକ୍ଟରକୁ ଛାଡିଥିଲେ।