କନକ ବ୍ୟୁରୋ : ଜିଲ୍ଲାପାଳଙ୍କ ଜଣାଶୁଣାଣି କାର୍ଯ୍ୟକ୍ରମରେ ରୁଷି ବସିଲେ ବୃଦ୍ଧା । କହିଲେ,ଅଭିଯୋଗର ସମାଧାନ ନ କଲେ ମୁଁ ବସିରହିବି । ମୁଁ ମରିଗଲେ ସମାଧାନ ହୋଇଯିବ ଵୋଲି କ୍ଷୋଭରେ କହିଲେ । ଭଦ୍ରକ ଚାନ୍ଦବାଲି ବ୍ଲକରେ ଜିଲ୍ଲାପାଳଙ୍କ ଜନ ଶୁଣାଣି କାର୍ଯ୍ୟକ୍ରମ ଥିଲା । ଜିଲ୍ଲାପାଳ ଦିଲ୍ଲୀପ କୁମାର ରାଉତରାୟଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ଭଦ୍ରକ SP ମନୋଜ ରାଉତ, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ,ଉପଜିଲ୍ଲାପାଳ ଭଦ୍ରକ, ଚାନ୍ଦବାଲି ତହସିଲଦାର,ଚାନ୍ଦବାଲି ବିଡିଓ ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ସମସ୍ତ କାର୍ଯ୍ୟ ସୁରୁଖୁରୁରେ ଚାଲିଥିଲା । ତେବେ ବ୍ଲକରୁ ବିଭିନ୍ନ ଅଞ୍ଚଳରୁ ଦୁଇ ଶହରୁ ଉର୍ଦ୍ଧ୍ୱ ଅଭିଯୋଗ ଆସିଥିଲା । ଗୋପୀନାଥପୁର ପଞ୍ଚାୟତରେ ପାଖାପାଖି ସର୍ବାଧିକ ମହିଳା ସରକାରଙ୍କ ରାସନ କାର୍ଡ ପାଇଁ ବଣ୍ଟନ ଦୂରତାକୁ ନେଇ ଆସିଥିଲେ । ଗୋପୀନାଥପୁର ପଞ୍ଚାୟତ ହଳଦିଆ ଗ୍ରାମର ଶତାଧିକ ମହିଳା ଗାଁ ଠାରୁ ୮/୧୦ କିମି ଦୂରରେ ବାଲିଆପାଳ ଠାରେ ଚାଉଳ ବଣ୍ଟନ କରାଯାଉଥିବା ଅଭିଯୋଗ କରି ଜିଲ୍ଲାପାଳଙ୍କ ଗାଡ଼ି ଆଗରେ ପ୍ରତିବାଦ କରିଥିଲେ । ସେମାନଙ୍କ ମଧ୍ୟରେ ଥିଲେ ଜଣେ ବୃଦ୍ଧା । ୭୦ ବର୍ଷୀୟା ବୃଦ୍ଧା ରାଗି ପାଟି କରିବା ସହିତ ବସି ରହିଥିଲେ । ମୋ କଥା ନ ବୁଝିଲେ ମୁଁ ଏଇଠୁ ଆଉ ଉଠିବି ନାହିଁ ଵୋଲି ମନ ମାରି ବସିରହିଲେ । ସମସ୍ତ ଅଧିକାରୀ ଚାଲିଗଲେ ହେଲେ ମାଉସୀ ସେମିତି ବସିରହିଲେ । ଦୀର୍ଘ ଅଢ଼େଇ ବର୍ଷ ହେଲା ଅଭିଯୋଗ କରୁଛନ୍ତି ହେଲେ ତାଙ୍କ କଥା କେହି ଶୁଣୁନାହାନ୍ତି ।