କନକ ବ୍ୟୁରୋ : ଵୟସ୍କ ଲୋକ ଏଟିଏମ୍ କୁ ଟଙ୍କା ଉଠାଇଵା ପାଇଁ ଯାଉଥିଲେ ସତର୍କ ରୁହନ୍ତୁ। କାରଣ ଵୟସ୍କ ମାନଙ୍କୁ ଟାର୍ଗେଟ କରି ମାତିଛନ୍ତି କିଛି ଏଟିଏମ୍ ଲୁଟେରା । ଏମିତି ଜଣେ ବୟସ୍କଙ୍କୁ ଏଟିଏମ୍ରୁ ଟଙ୍କା ଉଠାଇବା ପାଇଁ ସାହାଯ୍ୟ କରିବାକୁ କହି ଲୁଟୁଥିବା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି କଟକ ପୁରିଘାଟ ଥାନା ପୋଲିସ। ଗିରଫ ଯୁବକ ଜଣଙ୍କ ହେଲେ ଆନ୍ଧ୍ରପ୍ରଦେଶ ଯୁବକ ଜି ରାଜନ୍। ପୋଲିସ ତା ଠାରୁ ୧୦୦ ଏଟିଏମ କାର୍ଡ ୨୦ ହଜାର ନଗଦ ଟଙ୍କା ଜବତ କରିଛି। ବୟସ୍କ ଲୋକଙ୍କୁ ଏଟିଏମ ରୁ ଟଙ୍କା ଉଠାଇବାରେ ସାହାଯ୍ୟ କରିବ କହି ଠକୁ ଥିଲା ଏହି ଠକ। ରାଜ୍ୟ ବାହାର ଥାନାରେ ମଧ୍ୟ ତା ନାଁ ରେ ମାମଲା ରହିଛି।
ଏଟିଏମ୍ ଲୁଟେରାଙ୍କ ଟାର୍ଗେଟରେ ବୟସ୍କ ଲୋକ । ଟଙ୍କା ଉଠାଇବାରେ ସାହାଯ୍ୟ କରିବା ନାମରେ ଲୁଟୁଛନ୍ତି ଟଙ୍କା
Advertisment
Follow Us