କନକବ୍ୟୁରୋ : ଅସହାୟ ଅବସ୍ଥାରେ ପୂର୍ବତନ ସେନା କର୍ମଚାରୀ ଓ ତାଙ୍କ ସ୍ତ୍ରୀ । ୮ ଦିନ ହେଲା ଖରା ବର୍ଷାରେ ଘର ଆଗରେ ପଡ଼ି ରହିଛନ୍ତି । ଘରେ ପୁଅ ତାଲା ପକାଇବାରୁ ବାହାରେ କଟୁଛି ଜୀବନ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଆଇତିପୁର ଗ୍ରାମରୁ ଆସିଛି ଏଭଳି ଅଭାବନୀୟ ଘଟଣା । ପୂର୍ବତନ ସେନା କର୍ମଚାରୀ ଜଣକ ହେଲେ ଗୌରହରି ପ୍ରଧାନ ।
ଗୌର ହରୀଙ୍କ ଦୁଇଟି ପୁଅ । ବଡ଼ ପୁଅ କିଛି ବର୍ଷ ପୂର୍ବେ ମୃତ୍ୟୁବରଣ କରିଥିବା ବେଳେ ସାନ ପୁଅ ଅଛି । ସାନ ପୁଅ ଏବେ ବାପା ମା’ଙ୍କୁ ଅଲୋଡ଼ା କରିଦେଇଛି । ବାପା ମା’ ରହୁଥିବା ଘରେ ତାଲା ମାରିବା ସହ ସେ ବ୍ୟବହାର କରୁଥିବା ପାଇଖାନାକୁ ଭାଙ୍ଗିଦେଇଛି ସାନ ପୁଅ । ୭ ଦିନ ହେଲା ସାନ ପୁଅ ଘରେ ତାଲା ମାରିଥିବାରୁ ଗୌରହରି ଓ ତାଙ୍କ ସ୍ତ୍ରୀ ଗାଁ ରାସ୍ତାରେ ଦିନରାତି କାଟୁଛନ୍ତି ।
ବଞ୍ଚିବା ପାଇଁ ସଙ୍ଘର୍ଷ କରୁଛନ୍ତି । ଆଖିଆପିଆ ପଡ଼ି ରହିଛନ୍ତି । ସେପଟେ ଏନେଇ ପୁଲିସ୍ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ୍ କିଛି ବୁଝୁନଥିବା ବା ଶୁଣୁ ନଥିବା ସେ ଅଭିଯୋଗ କରିଛନ୍ତି । ସେପଟେ ଦେଶକୁ ସୁରକ୍ଷା ଦେଉଥିବା ପୂର୍ବତନ ସେନା କର୍ମଚାରୀଙ୍କୁ କିଏ ଦବ ସୁରକ୍ଷା ଓ ସେ କେମିତି ବାକି ଜୀବନ କଟିବେ ତାକୁ ନେଇ ଉଠିଛି ପ୍ରଶ୍ନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/09/19/22-2025-09-19-10-34-09.jpg)