କନକ ବ୍ୟୁରୋ: ପୁଣି ଜାଡ଼ ନେଲା ଜୀବନ । ନିଆଁ ପୁଉଁଥିବାବେଳେ ପୋଡି ହୋଇ ଜୀବନ ହାରିଲେ ବୃଦ୍ଧ । ମୟୂରଭଞ୍ଜ ଜିଲ୍ଲା ବେତନଟୀର ମଗୁସୁରିଆ ଗାଁରେ ଅଭାବନୀୟ ଘଟଣା । ଥଣ୍ଡାରୁ ଆଶ୍ବସ୍ତି ପାଇବା ପାଇଁ ନିଆଁ ପୁଇଁଥିବା ସମୟରେ ସେହି ନିଆଁରେ ପୋଡ଼ି ହୋଇଯାଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଉକ୍ତ ଗ୍ରାମର ଦୁର୍ଯ୍ୟୋଧନ ମହାନ୍ତ ନିଜ ଝିଅ, ଜ୍ୱାଇଁ ଓ ୩ନାତି ନାତୁଣୀଙ୍କ ସହିତ ନିଜ ଘରେ ରୁହନ୍ତି  l ଗତ ତିନିଦିନ ଧରି ସାରା ବୈଶିଙ୍ଗା ଅଞ୍ଚଳରେ ପଡ଼ିଥିବା ପ୍ରବଳ ଜାଡ଼କୁ ସହ୍ୟ କରିନପାରି ଦୁର୍ଯ୍ୟୋଧନ ଘର ସମ୍ମୁଖରେ କାଠିକୁଟାରେ ନିଆଁ ଲଗେଇ ସେକି ହେଉଥିଲେ । ହେଲେ ଅସାବଧାନତା ବଶତଃ ପ୍ରଥମେ ନିଆଁ ତାଙ୍କ ଚାଦରରେ ଲାଗିଥିଲା ଓ ସଙ୍ଗେ ସଙ୍ଗେ ହୁ ହୁ ହୋଇ ଦେହକୁ ବ୍ୟାପି ଯାଇଥିଲା । 

Advertisment

କୋହଲ ହେଲା ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ: ପୂର୍ବରୁ ୧୦ହଜାର ଟଙ୍କା ଜରିମାନା କଟିଥିଲେ କଣ କରିବେ ଜାଣନ୍ତୁ

ଶ୍ୱଶୁର ଜଳୁଥିବା ଦେଖି ତାଙ୍କ ଜ୍ୱାଇଁ ଉମାକାନ୍ତ ଦୌଡ଼ି ଆସି ନିଆଁକୁ କାବୁ କରିବାକୁ ଚେଷ୍ଟା କରିଥିଲେ ବି ନିଜେ ଆହତ ହୋଇଥିଲେ । ଦୁର୍ଯ୍ୟୋଧନକୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବେତନଟୀ ଡାକ୍ତରଖାନା ନେଇ ଯାଇଥିଲେ । ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ସଙ୍ଗେ ସଙ୍ଗେ ବାରିପଦା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଥିଲା । ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବୈଶିଙ୍ଗା ଥାନା ଏଏସଆଇ ପ୍ରଦୀପ ଦେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି । ଦୁଇ ସପ୍ତାହ ତଳେ ଏହି ଥାନା ଅଧୀନ ଗୋବିନ୍ଦପୁର ଗ୍ରାମର ୨୩ବର୍ଷୀୟା ଯୁବତୀ ନିଆଁ ପୁଉଁଥିବା ସମୟରେ ପୋଡ଼ି ହୋଇ ପ୍ରାଣ ହରାଇଥିଲେ ।