କନକ ବ୍ୟୁରୋ: କାନ୍ଥ ତଳେ ଚାପିହୋଇ ବୃଦ୍ଧାଙ୍କ ମୃତ୍ୟୁ ଘଟଣା । ୧୬ ମାସ ପରେ ବି ମିଳିପାରୁନି ସରକାରୀ ସହାୟତା । ଏ ଅଫିସରୁ ସେ ଅଫିସକୁ ଦୌଡ଼ି ଦୌଡ଼ି ହେବାକୁ ପଡୁଛି ନୟାନ୍ତ । କେନ୍ଦୁଝର ହାଟଡିହି ଓରାଳି ଗାଁରେ ଗତ ୨୦୨୪ମସିହା ସେପ୍ଟେମ୍ବର ମାସ ୨୪ ତାରିଖରେ ଘର କାନ୍ଥ ଭାଙ୍ଗି ପଡ଼ି ବାରୁ ତରୁ ଜେନା ନାମକ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିଲା । ଘଟଣାରେ ଓରାଳି ଆର.ଆଇ ସର୍କଲର ରାଜସ୍ବ ନୀରିକ୍ଷକ ଘଟଣା ସ୍ଥଳରେ ପହଞ୍ଚି ଏହାର ନିରିକ୍ଷଣ କରିଥିଲେ ।
ଏହାମଧ୍ୟରେ ତରୁଙ୍କ ମୃତ୍ୟୁକୁ ଦେଢ଼ବର୍ଷ ବିତିବାକୁ ବସିଥିବା ବେଳେ ସରକାରୀ ସହାୟତା ପହଞ୍ଚିପାରିନି । ତରୁଙ୍କ ପୁଅ ତହସିଲ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ଉପଜିଲ୍ଲାପାଳ, କେନ୍ଦୁଝର ଜିଲ୍ଲାପାଳଙ୍କ ସମେତ ଅନ୍ୟ ଅଧିକାରୀ ଭେଟୁଥିଲେ ମଧ୍ୟ ଫଳ ଏକପ୍ରକାର ଶୂନ । ସହାୟତା ତ ଦୁରର କଥା ତାଙ୍କ ଅଭିଯୋଗକୁ ଠିକ୍ ଭାବେ ଗ୍ରହଣ କରାଯାଉନଥିବା ପ୍ରଦୀପ ଅଭିଯୋଗ କରିଛନ୍ତି ।
ଅଧିକ ପଢ଼ନ୍ତୁ---ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା ; ଏସଡିଜେଏମ୍ କୋର୍ଟରେ ଦାଖଲ ହେବ ଚାର୍ଜସିଟ୍
ଧାଇଁ ଧାଇଁ ନୟାନ୍ତ, ମିଳୁନି ସହାୟତା
- କାନ୍ଥ ତଳେ ଚାପିହୋଇ ବୃଦ୍ଧାଙ୍କ ମୃତ୍ୟୁ ଘଟଣା
- ୧୬ ମାସ ପରେ ବି ମିଳିପାରୁନି ସରକାରୀ ସହାୟତା
- ଏ ଅଫିସରୁ ସେ ଅଫିସକୁ ଦୌଡ଼ି ଦୌଡ଼ି ହେବାକୁ ପଡୁଛି ନୟାନ୍ତ
- ୨୦୨୪ମସିହା ସେପ୍ଟେମ୍ବର ମାସ ୨୪ରେ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିଲା
- ରାଜସ୍ବ ନୀରିକ୍ଷକ ଘଟଣା ସ୍ଥଳରେ ପହଞ୍ଚି ନିରିକ୍ଷଣ କରିଥିଲେ
- ୧୬ ମାସ ପରେ ବି ବୃଦ୍ଧାଙ୍କ ପରିବାରକୁ ମିଳୁନି ସହାୟତା
- ଅଭିଯୋଗ ଶୁଣୁନାହାଁନ୍ତି ସରକାରୀ ଅଧିକାରୀ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2026/01/04/helpless-2026-01-04-16-29-17.jpg)