କନକ ବ୍ୟୁରୋ: ଋଣ ବୋଝ ହେଲା କାଳ । ଆତ୍ମହତ୍ୟା ଆପଣାଇଲେ ଦମ୍ପତି । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ପୂର୍ଣ୍ଣଚନ୍ଦ୍ରପୁର ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ମୃତ ଦମ୍ପତି ହେଲେ ଲଡ଼ୁ କିଶୋର ମହାରଣା ଓ ପତ୍ନୀ ସଜନୀ ମହାରଣା । ସୂଚନା ଅନୁସାରେ, ଏକ ଋଣ କମ୍ପାନୀରୁ ଗ୍ରୁପ ଲୋନ୍ ଆଣିଥିଲେ ଏହି ଦମ୍ପତି । ତେବେ ଋଣ ସୁଝିନପାରିବାରୁ ଦମ୍ପତିଙ୍କୁ କମ୍ପାନୀ କର୍ତ୍ତୃପକ୍ଷ ଗାଳିଗୁଲଜ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଆଉ ଲୋନ ନସୁଝିବାର ବୋଝ ସହିପାରି ବିଷାକ୍ତ ଦ୍ରବ୍ୟ ପିଇ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିବା ଅଭିଯୋଗ ହୋଇଛି । ପୁରୁଷୋତ୍ତମପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରିଛି । ପୁଲିସ ଘଟଣାକୁ ନେଇ ତଦନ୍ତ ଜାରି ରଖିଛି ।