କନକ ବ୍ୟୁରୋ : ସାମାନ୍ୟ ବଚସାରୁ ଭାଇକୁ ହତ୍ୟା କଲା ଭାଇ। ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ହାଟପଦା ପଡାରେ ଘଟିଛି ଏହି ଅଭାବନୀୟ ଘଟଣା । ଘରୋଇ କଳହରୁ ସାନ ଭାଇକୁ ହତ୍ୟା କରି ମୃତଦେହକୁ ପୋତି ଦେଇଥିଲା ବଡଭାଇ । ଏକ ମାସ ପରେ ମାଟି ଖୋଳି ମୃତଦେହ ଉଦ୍ଧାର କରିଛି ପୁଲିସ। ମୃତକ ହେଲେ ହାଟପଦା ପଡ଼ାର ରୂପଲ ପୋଢ଼ । ଅଭିଯୋଗ ଅନୁସାରେ ଗତ ଏକ ମାସ ହେଲା ହାଟପଦା ପଡାର ରୂପଲ ପୋଢ଼ ନିଖୋଜ ଥିବା ନେଇ ଟିଟିଲାଗଡ଼ ଥାନାରେ ମାମଲା ରୁଜୁ ହୋଇଥିଲା । ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ଟିଟିଲାଗଡ଼ ଥାନା ଏସମ୍ପର୍କରେ ରିପୋର୍ଟ କରି ତଦନ୍ତ ଜାରି ରଖିଥିଲା । ପୁଲିସ ସନ୍ଦେହରେ ରୁପଲର ବଡ଼ଭାଇକୁ ଉଠାଇ ଆଣି ପଚରାଉଚରା କରିବା ପରେ ସବୁ ସତ ମାନିଯାଇଥିଲା । ରୁପଲର ବଡ ଭାଇକୁ ପୁଲିସ ଗିରଫ କରି ତାହାର ସୂଚନା ଆଧାରରେ ମାଟି ତଳେ ପୋତାଯାଇଥିବା ମୃତଦେହକୁ ଉଦ୍ଧାର କରିଛି । ବଲାଙ୍ଗିର ଏସପି ଘଟଣାସ୍ଥଳରେ ପହଂଚି ପୋତା ଯାଇଥିବା ଶବକୁ ଉଦ୍ଧାର କରି ତଦନ୍ତ ଜାରି ରଖିଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us