କନକ ବ୍ୟୁରୋ : ସାମାନ୍ୟ ବଚସାରୁ ଭାଇକୁ ହତ୍ୟା କଲା ଭାଇ। ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ହାଟପଦା ପଡାରେ ଘଟିଛି ଏହି ଅଭାବନୀୟ ଘଟଣା । ଘରୋଇ କଳହରୁ ସାନ ଭାଇକୁ ହତ୍ୟା କରି ମୃତଦେହକୁ ପୋତି ଦେଇଥିଲା ବଡଭାଇ । ଏକ ମାସ ପରେ ମାଟି ଖୋଳି ମୃତଦେହ ଉଦ୍ଧାର କରିଛି ପୁଲିସ। ମୃତକ ହେଲେ ହାଟପଦା ପଡ଼ାର ରୂପଲ ପୋଢ଼ । ଅଭିଯୋଗ ଅନୁସାରେ ଗତ ଏକ ମାସ ହେଲା ହାଟପଦା ପଡାର ରୂପଲ ପୋଢ଼ ନିଖୋଜ ଥିବା ନେଇ ଟିଟିଲାଗଡ଼ ଥାନାରେ ମାମଲା ରୁଜୁ ହୋଇଥିଲା । ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ଟିଟିଲାଗଡ଼ ଥାନା ଏସମ୍ପର୍କରେ ରିପୋର୍ଟ କରି ତଦନ୍ତ ଜାରି ରଖିଥିଲା । ପୁଲିସ ସନ୍ଦେହରେ ରୁପଲର ବଡ଼ଭାଇକୁ ଉଠାଇ ଆଣି ପଚରାଉଚରା କରିବା ପରେ ସବୁ ସତ ମାନିଯାଇଥିଲା । ରୁପଲର ବଡ ଭାଇକୁ ପୁଲିସ ଗିରଫ କରି ତାହାର ସୂଚନା ଆଧାରରେ ମାଟି ତଳେ ପୋତାଯାଇଥିବା ମୃତଦେହକୁ ଉଦ୍ଧାର କରିଛି । ବଲାଙ୍ଗିର ଏସପି ଘଟଣାସ୍ଥଳରେ ପହଂଚି ପୋତା ଯାଇଥିବା ଶବକୁ ଉଦ୍ଧାର କରି ତଦନ୍ତ ଜାରି ରଖିଛି ।
ଘରୋଇ କଳିରୁ ସାନ ଭାଇକୁ ହତ୍ୟା କରି ପୋତି ଦେଇଥିଲା ବଡ଼ ଭାଇ, ମାସେ ପରେ ମାଟି ଖୋଳି ମୃତଦେହ ଉଦ୍ଧାର କଲା ପୁଲିସ
ଏକ ମାସ ପରେ ମାଟି ଖୋଳି ମୃତଦେହ ଉଦ୍ଧାର କରିଛି ପୁଲିସ। ମୃତକ ହେଲେ ହାଟପଦା ପଡ଼ାର ରୂପଲ ପୋଢ଼ । ଅଭିଯୋଗ ଅନୁସାରେ ଗତ ଏକ ମାସ ହେଲା ହାଟପଦା ପଡାର ରୂପଲ ପୋଢ଼ ନିଖୋଜ ଥିବା ନେଇ ଟିଟିଲାଗଡ଼ ଥାନାରେ ମାମଲା ରୁଜୁ ହୋଇଥିଲା । ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ଟିଟିଲାଗଡ଼ ଥାନା ଏସମ୍ପର୍କରେ ରିପୋର୍ଟ କରି ତଦନ୍ତ ଜାରି ରଖିଥିଲା ।
/kanak/media/media_files/2025/08/09/32-2025-08-09-16-09-42.jpg)