ସମ୍ପର୍କରେ ପଡ଼ିଲା ରକ୍ତ ଛିଟା ; ଘରବାଡ଼ି ବିବାଦକୁ ନେଇ ସାନ ଭାଇକୁ ହାଣିଲା ବଡ଼ ଭାଇ

Advertisment

ସମ୍ପର୍କରେ ଲାଗିଲା ରକ୍ତର ଛିଟା ।  ଘରବାଡ଼ି ବିବାଦକୁ ନେଇ ବଡ଼ ଭାଇ, ସାନ ଭାଇକୁ କଟୁରୀରେ ଆକ୍ରମଣ କରିଥିବା ଅଭିଯୋଗ । ବରୀ ଥାନାରେ ଦୁଇଟି ପୃଥକ ମାମଲା ।

ସମ୍ପର୍କରେ ଲାଗିଲା ରକ୍ତର ଛିଟା ।  ଘରବାଡ଼ି ବିବାଦକୁ ନେଇ ବଡ଼ ଭାଇ, ସାନ ଭାଇକୁ କଟୁରୀରେ ଆକ୍ରମଣ କରିଥିବା ଅଭିଯୋଗ । ବରୀ ଥାନାରେ ଦୁଇଟି ପୃଥକ ମାମଲା ।

14

କନକ ବ୍ୟୁରୋ: ପାରିବାରିକ କଳହର ଭୟଙ୍କର ରୂପ । ଘରବାଡ଼ି ଭାଗ ବଣ୍ଟାକୁ ନେଇ ଦୁଇ ଭାଇ ମଧ୍ୟରେ ଗଣ୍ଡଗୋଳ  । କଟୁରୀରେ ହାଣି  ଭାଇକୁ ରକ୍ତାକ୍ତ କଲା ଭାଇ । ଯାଜପୁର ବରୀ ଥାନା ଅଞ୍ଚଳରେ ଘଟିଛି ଏଭଳି ଘଟଣା । 

ସୂଚନା ଅନୁସାରେ,  ମାଟିଆପଡା ଗାଁର ଅଞ୍ଜନ କରଙ୍କ ବଡ଼ ପୁଅ ମନୋରଞ୍ଜନ ଓ ସାନ ପୁଅ ଜ୍ଞାନ ରଞ୍ଜନଙ୍କ ମଧ୍ୟରେ ଘର ଭାଗ ବଣ୍ଟାକୁ ନେଇ ଦୀର୍ଘ ଦିନ ଧରି ବିବାଦ ରହିଥିଲା । ଗତ ୫ ତାରିଖରେ ସାନଭାଇ ଜ୍ଞାନ ରଞ୍ଜନ କୌଣସି କାମରେ ମଟର ସାଇକେଲ ନେଇ ଯିବାକୁ ବାହାରିବାବେଳେ ବଡଭାଇ ମନରଞ୍ଜନ ତାଙ୍କୁ କଟୁରୀରେ ଆକ୍ରମଣ କରିଥିଲେ । ଏହା ଦେଖି ଜ୍ଞାନରଞ୍ଜନଙ୍କ ପତ୍ନୀ ସ୍ୱର୍ଣ୍ଣପ୍ରଭା ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ କଟୁରୀରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ବରୀ ଥାନାରେ ଲିଖିତ ଅଭିଯୋଗ କରିବା ସହ ଭୟରେ ଏବେ ଶ୍ବଶୁର ଘରେ ରହୁଥିବା କହିଛନ୍ତି ଜ୍ଞାନରଞ୍ଜନ । ସେପଟେ ସାନ ଭାଇ ଜ୍ଞାନରଞ୍ଜନଙ୍କ ଆକ୍ରମଣରେ ବଡ଼ ଭାଇ ଆହତ ହୋଇଥିବା ମନୋରଞ୍ଜନ ମଧ୍ୟ ବରୀ ଥାନାରେ ପାଲଟା ଅଭିଯୋଗ କରିଛନ୍ତି । ବରୀ ପୋଲିସ ଉଭୟଙ୍କ ଅଭିଯୋଗକୁ ଆଧାର କରି ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe