ସସପେନ୍ସରେ ଲାଗିଲା ବ୍ରେକ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦ ରେସରୁ ଓହରିଲେ ଏକନାଥ ସିନ୍ଦେ

ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ହେବା ଏକପ୍ରକାର ସ୍ପଷ୍ଟ। ମୁଖ୍ୟମନ୍ତ୍ରୀ ଚୟନରେ କୌଣସି ପ୍ରକାର ବାଧା ନୁହଁନ୍ତି ବୋଲି ଶିବସେନା ନେତା ଏକନାଥ ସିନ୍ଦେଙ୍କ ବୟାନ ପରେ ଦେବେନ୍ଦ୍ର ଫଡାନଭିସଙ୍କ ମୁଖ୍ୟମନ୍ତ୍ରୀ ଚୟନ ରାସ୍ତା ଖୋଲିଯାଇଛି।

maharashtra

କନକ ବ୍ୟୁରୋ : ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ହେବା ଏକପ୍ରକାର ସ୍ପଷ୍ଟ। ମୁଖ୍ୟମନ୍ତ୍ରୀ ଚୟନରେ କୌଣସି ପ୍ରକାର ବାଧା ନୁହଁନ୍ତି ବୋଲି ଶିବସେନା ନେତା ଏକନାଥ ସିନ୍ଦେଙ୍କ ବୟାନ ପରେ ଦେବେନ୍ଦ୍ର ଫଡାନଭିସଙ୍କ ମୁଖ୍ୟମନ୍ତ୍ରୀ ଚୟନ ରାସ୍ତା ଖୋଲିଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯାହା ନିଷ୍ପତ୍ତି ନେବେ ତାହାକୁ ସେ ଗ୍ରହଣ କରିବେ ବୋଲି କହିଛନ୍ତି। ଏହି ପ୍ରସଙ୍ଗରେ ମହାୟୁତି ମଧ୍ୟରେ ମତଭେଦ ଥିବା ପ୍ରସଙ୍ଗକୁ ମଧ୍ୟ ସେ ଖଣ୍ଡନ କରିଛନ୍ତି। ସିନ୍ଦେ କହିଛନ୍ତି, ସେ ବ୍ୟକ୍ତିଗତ ଭାବେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ଫୋନ୍ କରି ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଚୟନ କରିବା ପାଇଁ ନିଷ୍ପତ୍ତି ନେବାକୁ କହିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ହେଉଛନ୍ତି ଏନଡିଏ ପରିବାର ମୁଖ୍ୟ, ତାଙ୍କ ନିଷ୍ପତ୍ତି ହିଁ ମେଣ୍ଟ ପାଇଁ ଚୂଡାନ୍ତ ବୋଲି କହିଛନ୍ତି ଏକନାଥ ସିନ୍ଦେ।

ସେପଟେ ଦିଲ୍ଲୀରେ ଆଜି ବସୁଛି ମହାୟୁତି ନେତାଙ୍କ ବୈଠକ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବାସଭବନରେ ଏହି ବୈଠକ ବସିବ। ଏଥିରେ ତିନି ମହାୟୁତି ନେତା ଦେବେନ୍ଦ୍ର ଫଡନାଭିସ୍, ଏକନାଥ ସିନ୍ଦେ ଓ ଅଜିତ ପାୱାର ବୈଠକରେ ସାମିଲ ହେବେ। ତିନି ନେତାଙ୍କ ସହ ବୈଠକ ପରେ ବିଜେପି ବିଧାୟକ ଦଳ ବୈଠକ ବସିବ। ଏଥିରେ ବିଧାୟକ ଦଳ ନେତା ଚୟନ କରାଯିବ। ଏହା ପରେ ସେହି ନେତାଙ୍କୁ ମହାୟୁତି ବିଧାୟକ ଦଳ ନେତା ଭାବେ ନିର୍ବାଚିତ କରାଯିବ। ପରେ ମେଣ୍ଟ ବିଧାୟକ ଦଳର ନେତା ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିବେ। ଚଳିତ ବିଧାନସଭା ନିର୍ବାଚନରେ ମହାୟୁତି ଚମତ୍କାର ପ୍ରଦର୍ଶନ କରିଛି। ୨୮୮ରୁ ୨୩୫ଟି ଆସନରେ ବିଜୟୀ ହୋଇ ରେକର୍ଡ କରିଛି ମହାୟୁତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe