କନକ ବ୍ୟୁରୋ ; ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କିଏ ହେବ? ଏହା ଉପରୁ ସୋମବାର ଉଠିବ ସସପେନ୍ସ। ଅଥାର୍ତ ଆସନ୍ତାକାଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ନାଁ ହେବ ଘୋଷଣା। ମହାୟୁତି ବୈଠକରେ ଏନେଇ ନିଷ୍ପତ୍ତି ନିଆଯିବ । ବିଜେପି, ଏନସିପି ଓ ଶିବସେନାର ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାଁରେ ମୋହର ବାଜିବ । ଏନେଇ ଘୋଷଣା କରିଛନ୍ତି ମହାରାଷ୍ଟ୍ରର କାମଚଳା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ସୁସ୍ଥ ହେବା ପରେ ଏଭଳି ସୂଚନା ଦେଇଛନ୍ତି ଏକନାଥ ସିନ୍ଦେ । ମହାୟୁତି ମଧ୍ୟରେ ସବୁକିଛି ଠିକଠାକ ରହିଛି । ଏହାପୂର୍ବରୁ ଏନସିପି ମୁଖ୍ୟ ଅଜିତ ପାୱାର ସ୍ପଷ୍ଟ କରିଛନ୍ତି, ବିଜେପି ଖାତାକୁ ମୁଖ୍ୟମନ୍ତ୍ରୀ ଆସନ ଯିବ । ସେହିଭଳି ଏନସିପି ଓ ଶିବସେନା ପାଖରେ ରହିବ ଉପମୁଖ୍ୟମନ୍ତ୍ରୀ ପଦ । ପୁରୁଣା ଫର୍ମୁଲାରେ ନୂଆ ମହାୟୁତି ସରକାର ଗଠନ ହେବ । ଏନସିପି ପକ୍ଷରୁ ଅଜିତ ପାୱାର ଉପ-ମୁଖ୍ୟମନ୍ତ୍ରୀ ହେବା ନେଇ ଚର୍ଚ୍ଚା ହେଉଥିବା ବେଳେ ଶିବସେନା ପକ୍ଷରୁ ଏହି ପଦ ଏକନାଥ ସିନ୍ଦେଙ୍କ ପୁଅ ଶ୍ରୀକାନ୍ତ ସିନ୍ଦେଙ୍କ ହାତକୁ ଆସିବା ନେଇ ଚର୍ଚ୍ଚା ବଢିଛି। 

Advertisment

ସିନ୍ଦେଙ୍କ ପୁଅ ଉପମୁଖ୍ୟମନ୍ତ୍ରୀ !
- ଏକନାଥ ସିନ୍ଦେଙ୍କ ପୁଅ ଶ୍ରୀକାନ୍ତ ସିନ୍ଦେ ହୋଇପାରନ୍ତି ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ!
- ଅଜିତ ପାୱାର ଓ ଶ୍ରୀକାନ୍ତଙ୍କୁ ମିଳିପାରେ ଏହି ଗୁରୁଦାୟିତ୍ବ
- ଶ୍ରୀକାନ୍ତ ଏବେ କଲ୍ୟାଣ ନିବାର୍ଚନମଣ୍ଡଳୀରୁ ସାଂସଦ ରହିଛନ୍ତି
- ଲଗାତାର ୩ ଥର ସାଂସଦ ରହିଛନ୍ତି ଶ୍ରୀକାନ୍ତ 
- ଡାକ୍ତରୀ ପାଠ ପଢୁଥିବା ବେଳେ ୨୦୧୪ରେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ଶ୍ରୀକାନ୍ତ
- ଏକନାଥ ସିନ୍ଦେଙ୍କ ପୁଅ ଭାବେ ଶ୍ରୀକାନ୍ତଙ୍କର ଦଳରେ ରହିଛି ଦବଦବା
- ଦୃଢ ସଙ୍ଗଠକ ଭାବେ ଜଣାଶୁଣା, ଯୁବବର୍ଗଙ୍କ ମଧ୍ୟରେ ଶ୍ରୀକାନ୍ତଙ୍କୁ ନେଇ କ୍ରେଜ
- ଉଦ୍ଧବଙ୍କ ଠାରୁ ଏକନାଥ ଅଲଗା ହେବା ସମୟରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲେ ଶ୍ରୀକାନ୍ତ
- ଚଳିତ ମହାରାଷ୍ଟ୍ର ନିର୍ବାଚନରେ ଶ୍ରୀକାନ୍ତ ସିନ୍ଦେ ପ୍ରଚାର ସହ ଦଳକୁ ବିଜୟୀ କରିବାରେ ପ୍ରମୁଖ ଭୂମିକା ତୁଲାଇଥିଲେ