କମ୍ପୁଛି ଏକାମ୍ରକ୍ଷେତ୍ର; ଗଡୁଛି ରୁକୁଣା ରଥ, ମାଉସୀ ମା’ ଘରକୁ ଯାଉଛନ୍ତି ପ୍ରଭୁ ଲିଙ୍ଗରାଜ

Advertisment

ଭଗବାନ ଓ ଭକ୍ତଙ୍କ ମହାମିଳନରେ କମ୍ପୁଛି ଏକାମ୍ରକ୍ଷେତ୍ର, ହରିବୋଲ ଓ ହୁଳହୁଳି ଶବ୍ଦରେ ପ୍ରକମ୍ପିତ ହେଉଛି  ରଥଦାଣ୍ଡ ।

ଭଗବାନ ଓ ଭକ୍ତଙ୍କ ମହାମିଳନରେ କମ୍ପୁଛି ଏକାମ୍ରକ୍ଷେତ୍ର, ହରିବୋଲ ଓ ହୁଳହୁଳି ଶବ୍ଦରେ ପ୍ରକମ୍ପିତ ହେଉଛି  ରଥଦାଣ୍ଡ ।

sfafa

rukuna ratha Photograph: (Kanak News )

କନକ ବ୍ୟୁରୋ: ଆଜି ପବିତ୍ର ଅଶୋକାଷ୍ଟମୀ, ଏକାମ୍ର କ୍ଷେତ୍ରରେ ଅନ୍ୟତମ ମହୋତ୍ସବର ଦିନ । ଅଣଲେଉଟା ରଥରେ ଚଢ଼ି ମାଉସୀ ମା’ ଘର ଅଭିମୁଖେ ବାହାରିଛନ୍ତି ମହାପ୍ରଭୁ ଶ୍ରୀଲିଙ୍ଗରାଜ । ରଥରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଏକାମ୍ରକ୍ଷେତ୍ରର ଆରାଧ୍ୟ । ଭଗବାନ ଓ ଭକ୍ତଙ୍କ ମହାମିଳନରେ କମ୍ପୁଛି ଏକାମ୍ରକ୍ଷେତ୍ର, ହରିବୋଲ ଓ ହୁଳହୁଳି ଶବ୍ଦରେ ପ୍ରକମ୍ପିତ ହେଉଛି  ରଥଦାଣ୍ଡ ।

ଅପରାହ୍ନ ୩ଟାରେ ରଥଟଣା ହେବ ବୋଲି ନୀତିନିର୍ଘଣ୍ଟ ହୋଇଥିଲା । କିନ୍ତୁ ସାଢ଼େ ୫ଟାରେ ରଥଟଣା ହୋଇଛି । ମଧ୍ୟାହ୍ନ ୧୨ଟାରୁ ସାଢ଼େ ୧୨ଟା ମଧ୍ୟରେ ମହାପ୍ରଭୁଙ୍କ ଯାତ୍ରା ପୂଜା ସମାପନ ହୋଇଥିଲା । ସାଢ଼େ ୧୨ଟାରୁ ସାଢ଼େ ୧ଟା ମଧ୍ୟରେ ମହାପ୍ରଭୁ ରଥକୁ ପହଣ୍ଡି ବିଜେ କରିଥିଲେ । ଏହାପରେ ଚାରମାଳ ଖୋଲା ହୋଇ ଅପରାହ୍ନରେ ରଥ ମାଉସୀ ମା’ ଆଡକୁ ଗଡ଼ିବା ଆରମ୍ଭ କରିଛି । ରାମେଶ୍ୱର ମନ୍ଦିରରେ ରଥ ଲାଗିବା ପରେ ଠାକୁର ବିଜେ କରି ରାତିରେ ନୀତି କରାଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe