କନକବ୍ୟୁରୋ : ଅଶ୍ଳୀଳ ନୃତ୍ୟ ରୋକିବ ଠେଙ୍ଗା । ଖଣ୍ଡଗିରି ମେଳା ଅନୁଷ୍ଠିତ ହେବାକୁ ଥିବା ଯାତ୍ରା ମଞ୍ଚରେ ଅଶ୍ଲୀଳତା ବନ୍ଦ କରିବାକୁ ବିଧାୟକ ବାବୁ ସିଂ ଙ୍କ ନେତୃତ୍ୱରେ ଗଠିତ ହୋଇଛି ସ୍ୱତନ୍ତ୍ର ଠେଙ୍ଗା ଟିମ୍ । ବାବୁ ସିଂ ସହଯୋଗୀଙ୍କ ସହ ବାରଭୁଜାଙ୍କ ପାଖରେ ଶହେ ଠେଙ୍ଗା ପୂଜା କରାଇଛନ୍ତି। ଆଉ ବାବୁ ସିଂଙ୍କ ସହଯୋଗୀ ମେଳାରେ ଖଣ୍ଡା ଧରି ସଜାଗ ରହିବେ । ବିଶୃଙ୍ଖଳା କଲେ, ଯାତ୍ରା ମଞ୍ଚରେ ନିୟମ ଉଲ୍ଲଂଘନ କଲେ ଶହେ ଠେଙ୍ଗା କାମରେ ଲାଗିବ ବୋଲି ବିଧାୟକ ବାବୁ ସିଂ କହିଛନ୍ତି। ଠେଙ୍ଗା ଦେଖାଇ ସାବାଡ୍ କରିବାକୁ ଲକ୍ଷ୍ୟ ରଖିଛନ୍ତି ବିଜେପି ବିଧାୟକ ।
ଖଣ୍ଡଗିରି ଯାତ୍ରାରେ ଅଶ୍ଳିଳ ନାଚ କଲେ ବାଜିବ ଠେଙ୍ଗା : ବାରଭୁଜାଙ୍କ ପାଖରେ ଠେଙ୍ଗା ପୂଜା କଲେ ଏକାମ୍ର ବିଧାୟକ ବାବୁ ସିଂ
ଅଶ୍ଳୀଳ ନୃତ୍ୟ ରୋକିବ ଠେଙ୍ଗା । ଖଣ୍ଡଗିରି ମେଳା ଅନୁଷ୍ଠିତ ହେବାକୁ ଥିବା ଯାତ୍ରା ମଞ୍ଚରେ ଅଶ୍ଲୀଳତା ବନ୍ଦ କରିବାକୁ ବିଧାୟକ ବାବୁ ସିଂ ଙ୍କ ନେତୃତ୍ୱରେ ଗଠିତ ହୋଇଛି ସ୍ୱତନ୍ତ୍ର ଠେଙ୍ଗା ଟିମ୍ । ବାବୁ ସିଂ ସହଯୋଗୀଙ୍କ ସହ ବାରଭୁଜାଙ୍କ ପାଖରେ ଶହେ ଠେଙ୍ଗା ପୂଜା କରାଇଛନ୍ତି।
/kanak/media/media_files/2025/02/03/i0HUbwEpCGRcO5URZdDJ.jpg)