କନକ ବ୍ୟୁରୋ: ଓଡ଼ିଶାରେ ୟୁପି ଷ୍ଟାଇଲ, ଜବରଦଖଲକାରୀଙ୍କ ଘର ଉପରେ ଚାଲିଲା ବୁଲ୍ଡୋଜର । ଯାଜପୁର ସାନସୁଆର ଗାଁରେ ଜବରଦଖଲକାରୀଙ୍କ ଉପରେ ପ୍ରଶାସନ ପକ୍ଷରୁ ଏଭଳି ଆକ୍ସନ ନିଆଯାଇଛି ।
ଦୀର୍ଘବର୍ଷ ହେବ ସରକାରୀ ରାସ୍ତାକୁ ଅବରୋଧ କରି ୧୮ଟି ମୁଷ୍ଟିମେୟ ପରିବାର ଗ୍ରାମବାସୀଙ୍କୁ ରାସ୍ତା ଛାଡୁନଥିଲେ। ଏପରିକି ଗାଁ ଭିତରକୁ ଆମ୍ବୁଲାନ୍ସ ବି ଆସିପାରୁନଥିଲା । ଏନେଇ ପ୍ରଶାସନର ଦ୍ବାରସ୍ଥ ହୋଇ ନିରାଶ ହେବାପରେ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଗ୍ରାମବାସୀ । କୋର୍ଟଙ୍କ ନିର୍ଦ୍ଦେଶ ପରେ ପ୍ରଶାସନ ପକ୍ଷରୁ ଜବରଦଖଲକାରୀଙ୍କ ଘର ଭଙ୍ଗାଯାଉଥିବା ଦେଖିବାକୁ ମିଳିଛି ।