ଖାଇକୁ ଖସିଲା ଯାତ୍ରୀବାହୀ ବସ୍‌ । ଜଣେ ଶିଶୁଙ୍କ ସମେତ ୪ଜଣଙ୍କ ମୃତ୍ୟୁ

ତୀର୍ଥଯାତ୍ରା ହେଲା ଶେଷଯାତ୍ରା । ଉତ୍ତରାଖଣ୍ଡରେରେ ଖାଇକୁ ଖସିଲା ଯାତ୍ରୀବାହୀ ବସ । ଜଣେ ଶିଶୁଙ୍କ ସମେତ ୪ଜଣଙ୍କ ମୃତ୍ୟୁ । ତୁଷାରପାତ ଓ ବର୍ଷା ପାଇଁ ଉଦ୍ଧାରକାର୍ୟ୍ୟ ବାଧାପ୍ରାପ୍ତ ।

ଅଦ୍ୟତନ ହୋଇଛି
Bus accident--

Bus accident-- Photograph: (Bus accident--)

କନକ ବ୍ୟୁରୋ: ଉତ୍ତରାଖଣ୍ଡରେ ପୁଣି ବଡ ଧରଣର ଦୁର୍ଘଟଣା । ଭୀମତାଲରୁ ହଲଦୱାନୀ ଯାଉଥିବା ସମୟରେ ପାହଡରୁ ଖସିପଡିଛି ଯାତ୍ରୀବାହୀ ବସ । ଘଟଣାରେ ଏବେସୁଦ୍ଧା ୩ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଉଦ୍ଧାରକାର୍ୟ୍ୟ ଚାଲିଛି । ବସରେ ୨୨ଜଣ ଯାତ୍ରୀ ଯାଉଥିବବେଳେ ହଠାତ ନିୟନ୍ତ୍ରଣ ହରାଇ ଖାଇକୁ ଖସିପଡିଛି । ଦୁର୍ଘଟଣାକୁ ନେଇ ଦୁଖ ପ୍ରକାଶ କରିବା ସହ ମୃତାହତଙ୍କୁ ପାଇଁ ସାହାଯ୍ୟ ରାଶି ଘୋଷଣା କରିଛନ୍ତି ରାଜ୍ୟସରକାର । ଲଗାତାର କିଛି ଦିନ ହେବ ରାଜ୍ୟରେ ଏଭଳି ଦୁର୍ଘଟଣା ବାରମ୍ବାର ଘଟୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe