ଇଂରାଜୀ ପଢ଼ିପାରୁନାହାନ୍ତି ଅଷ୍ଟମ ଶ୍ରେଣୀ ପିଲା ; ତାଜୁବ୍  ହେଲେ ଜିଲ୍ଲାପାଳ

ଇଂରାଜୀ ପଢ଼ି ପାରୁ ନାହାଁନ୍ତି ଅଷ୍ଟମ ଶ୍ରେଣୀ ପିଲା ।  ଗଞ୍ଜାମ ପାତ୍ରପୁର ବ୍ଲକ ସୁବର୍ଣ୍ଣପୁର ବିଦ୍ୟାଳୟ ପରିଦର୍ଶନ ବେଳେ ଶିକ୍ଷକଙ୍କୁ ତାଗିଦ କଲେ ଜିଲ୍ଲାପାଳ ଭି.କୀର୍ତ୍ତିଭାସନ୍ 

42

କନକ ବ୍ୟୁରୋ: ଇଂରାଜୀ ପଢ଼ିପାରିଲେନି ଅଷ୍ଟମ ଶ୍ରେଣୀ ପିଲା । ଜିଲ୍ଲାପାଳଙ୍କ ଅଚାନକ ସ୍କୁଲ ଗସ୍ତବେଳେ ସାମ୍ନାକୁ ଆସିଲା ବିଦ୍ୟାଳୟ ପାଠପଢ଼ାର ବିକଳ ଚିତ୍ର । ଗଞ୍ଜାମ ଜିଲ୍ଲାପାଳ ଭି.କୀର୍ତ୍ତିଭାସନ ଗତକାଲି ହଠାତ୍ ପାତ୍ରପୁର ବ୍ଲକ ସୁବର୍ଣ୍ଣପୁର ବିଦ୍ୟାଳୟ ପରିଦର୍ଶନ କରିଥିଲେ । ଏହି ଗସ୍ତବେଳେ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟ ପିଲାଙ୍କୁ ବହି ପଢ଼ିବାକୁ କହିଥିଲେ । ଓଡ଼ିଆ ବହି ପଢ଼ିଲେ, ହେଲେ ଅଷ୍ଟମ ଶ୍ରେଣୀ ପିଲା ଇଂରାଜୀ ବହି ଆଦୌ ପଢ଼ିପାରିଲେନାହିଁ। 

ଜଣେ ଝିଅ ଅଳ୍ପ ଅଳ୍ପ ଶବ୍ଦ ଉଚ୍ଚାରଣ କରିଥିବାବେଳେ ଅନ୍ୟ ପିଲା ଆଦୌ ପଢ଼ିପାରିନଥିଲେ । ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା । ପରେ ପାଠ ପଢ଼ାଉଥିବା ଶିକ୍ଷକଙ୍କୁ ଜିଲ୍ଲାପାଳ ପ୍ରଶ୍ନ କରିଥିଲେ, ଅଷ୍ଟମ ଶ୍ରେଣୀ ପିଲା ବୋର୍ଡ ପରୀକ୍ଷା ଦେବେ, ମାତ୍ର ଇଂରାଜୀ ଶବ୍ଦ ସଠିକ୍ ଉଚ୍ଚାରଣ କରିପାରୁନାହାନ୍ତି କିପରି? ଯେଉଁ ପିଲା ଦୁର୍ବଳ ସେମାନଙ୍କୁ  ସମୟ ଦିଅ ନଚେତ୍ ପିଲା ବୋର୍ଡ ପରୀକ୍ଷାରେ ପାସ୍‌ ହେବେ କେମିତି?’ କହି ତାଗିଦ କରିଥିଲେ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ୍ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe