କନକ ବ୍ୟୁରୋ: ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ସରକାରୀ ବାସଭବନକୁ ଅଣ୍ଡାମାଡ଼ । ଉତ୍କଳ ୟୁନିଭର୍ସିଟିରେ ଆଡ଼ମିସନ ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ଅଭିଯୋଗ ଆଣି କଂଗ୍ରେସ ପ୍ରତିବାଦ କରିଛି । ୟୁନିଭରସିଟିର ଲାଇବ୍ରେରୀ ସାଇନ୍ସ ବିଭାଗରେ ୱେଟିଂ ଲିଷ୍ଟରେ ଥିବା ଜଣେ ଛାତ୍ରଙ୍କୁ ଆଡ଼ମିସନ ପାଇଁ ଡକାଯାଇ ମଧ୍ୟ ତାଙ୍କୁ ଆଡ଼ମିସନ ଦିଆଯାଇନାହିଁ ବୋଲି ଅଭିଯୋଗ କରିଛନ୍ତି ଛାତ୍ର କଂଗ୍ରେସ ନେତା । ୯ ନମ୍ବରରେ ଥିବା ଛାତ୍ରଙ୍କର ଆଡ଼ମିସନ ନକରାଇ ୧୧ ନମ୍ବରରେ ଥିବା ଛାତ୍ରଙ୍କୁ ଆଡ଼ମିସନ ଦିଆଯାଇଛି । ଛାତ୍ରମାନଙ୍କ ଭବିଷ୍ୟତ ସହ ଖେଳ ଖେଳାଯାଉଛି ବୋଲି ଅଭିଯୋଗ କରିଛି କଂଗ୍ରେସ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ବୁଝାସୁଝା କରିଛି ।
ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ସରକାରୀ ବାସଭବନକୁ ଅଣ୍ଡାମାଡ଼ । ଉତ୍କଳ ୟୁନିଭର୍ସିଟିର ଆଡ଼ମିସନ ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ଅଭିଯୋଗ ।
ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ସରକାରୀ ବାସଭବନକୁ ଅଣ୍ଡାମାଡ଼ । ଉତ୍କଳ ୟୁନିଭର୍ସିଟିରେ ଆଡ଼ମିସନ ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ଅଭିଯୋଗ ଆଣି କଂଗ୍ରେସ ପ୍ରତିବାଦ କରିଛି