ବାର୍ଡ ଫ୍ଲୁ ଭୟ, ସ୍କୁଲ ମଧ୍ୟାହ୍ନ ଭୋଜନରେ  ମିଳୁନି ଅଣ୍ଡା ;  ପିଲାଙ୍କୁ ମିଳିଲା ଅନ୍ୟ ତରକାରୀ , ପ୍ରଧାନଶିକ୍ଷକ କହିଲେ କାରଣ...

ବାର୍ଡ ଫ୍ଲୁ ଭୟ। ମଧ୍ୟାହ୍ନ ଭୋଜନରେ ମିଳିଲାଣି ଅଣ୍ଡା। କନ୍ଧମାଳ ଜିଲ୍ଲା ଜାମଝାର ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଗତକାଲି ଅଣ୍ଡା ଦିଆଯାଇନଥିବା ଅଭିଯୋଗ ହୋଇଛି।

mm

କନକ ବ୍ୟୁରୋ: ବାର୍ଡ ଫ୍ଲୁ ଭୟ। ମଧ୍ୟାହ୍ନ ଭୋଜନରେ ମିଳିଲାଣି ଅଣ୍ଡା। କନ୍ଧମାଳ ଜିଲ୍ଲା ଜାମଝାର ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଗତକାଲି ଅଣ୍ଡା ଦିଆଯାଇନଥିବା ଅଭିଯୋଗ ହୋଇଛି। ଏନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ଏହି ସ୍କୁଲରେ ୧୪୫ ପିଲା ପାଠ ପଢୁଛନ୍ତି। ପ୍ରଧାନ ଶିକ୍ଷକଙ୍କୁ ମିଶାଇ ୭ ଜଣ ଶିକ୍ଷକ ରହିଛନ୍ତି। ସରକାରଙ୍କ ନିଷ୍ପଭିକ୍ରମେ ମଧ୍ୟାହ୍ନ ଭୋଜନ ଦାୟିତ୍ଵ ସ୍ୱୟଂ ସହାୟିକା ଉପରେ ନ୍ୟସ୍ତ ହୋଇଛି। ସପ୍ତାହରେ ଦୁଇ ଦିନ ଗୁରୁବାର ଓ ଶନିବାର ବିଦ୍ୟାର୍ଥୀଙ୍କୁ ଅଣ୍ଡା ତରକାରୀ ସାଙ୍ଗକୁ ଭାତ ଦେବା ପାଇଁ ନିୟମ ରହିଛି। ଶନିବାର ପ୍ରଧାନଶିକ୍ଷକ ସୁବର୍ଣ୍ଣକେଶରୀ ନାୟକ ପିଲାଙ୍କୁ ଅଣ୍ଡା ନଦେଇ ତରକାରୀ ଦେବାକୁ କହି ଥିବା ପାଚିକା କହିଛନ୍ତି। ପ୍ରଧାନଶିକ୍ଷକ କହିଛନ୍ତି ବାର୍ଡ ଫ୍ଲୁ ପାଇଁ ପିଲାଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ତାଙ୍କ ଦାୟିତ୍ଵ। ଏଥିପାଇଁ ଶନିବାର ଅଣ୍ଡା ବନ୍ଦ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe