କନକ ବ୍ୟୁରୋ: ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ଅଣ୍ଡାମାଡ଼ । ନିଜ ନିର୍ବାଚନ ମଣ୍ଡଳିରେ ଅଣ୍ଡାମାଡ଼ କରିଛନ୍ତି କିଛି ଯୁବକ । ଆଜି ଗୋଳମୁଣ୍ଡା କଲେଜର ଏକାଡେମିକ ଉତ୍ସବରେ ଯୋଗଦେବାକୁ ଯାଇଥିବା ବେଳେ ତାଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଛି । ତେବେ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କ ସମର୍ଥକ ଏହି ଅଣ୍ଡାମାଡ଼ କରିଥିବା ସନ୍ଦେହ କରାଯାଉଛି । ପୂର୍ବରୁ ଦିବ୍ୟଶଙ୍କରଙ୍କର ଦୃଢ଼ ସମର୍ଥକ ଥିଲେ ବିନ୍ଦୁ ମହାନନ୍ଦ । କିନ୍ତୁ ଭିଜିଲାନ୍ସ କେସରେ ଫସିବା ପରେ ବିନ୍ଦୁ ଓ ତାଙ୍କର ସମର୍ଥକ ବିଜେପିରେ ଯୋଗ ଦେଇଛନ୍ତି । ଜୁନାଗଡ଼ରେ ବିନ୍ଦୁଙ୍କ ବଡ଼ ସଂଗଠନ ଥିବାରୁ ଏଠାରେ ବିଧାୟକଙ୍କୁ ନାକେଦମ ହେବାକୁ ପଡୁଛି ।