ସରକାରଙ୍କୁ ବୁଝାପଡୁନି ଅଣ୍ଡାର ଫଣ୍ଡା: ନିୟନ୍ତ୍ରଣରେ ରହୁନି ଅଣ୍ଡା ଦର

Advertisment

ଆଳୁ ପରେ ଅଣ୍ଡା ଦର ଉପରମୁହାଁ ରହିଛି। ଅଣ୍ଡା ଗୋଟା ଦାମ ୮ଟଙ୍କାରେ ପହଁଚିଛି। ସ୍କୁଲ ଓ ଅଙ୍ଗନୱାଡିରେ ପିଲାଙ୍କୁ ଅଣ୍ଡା ଯୋଗାଇବା କଷ୍ଟକର ହୋଇ ପଡିଛି। ତେବେ ଅଚାନକ ଅଣ୍ଡାଦର ବଢ଼ିବା ପଛର କାରଣ କଣ? 

ଆଳୁ ପରେ ଅଣ୍ଡା ଦର ଉପରମୁହାଁ ରହିଛି। ଅଣ୍ଡା ଗୋଟା ଦାମ ୮ଟଙ୍କାରେ ପହଁଚିଛି। ସ୍କୁଲ ଓ ଅଙ୍ଗନୱାଡିରେ ପିଲାଙ୍କୁ ଅଣ୍ଡା ଯୋଗାଇବା କଷ୍ଟକର ହୋଇ ପଡିଛି। ତେବେ ଅଚାନକ ଅଣ୍ଡାଦର ବଢ଼ିବା ପଛର କାରଣ କଣ? 

wqdfw

wqdf

କନକ ବ୍ୟୁରୋ: ଆଳୁ ପରେ ଅଣ୍ଡା ଦର ଉପରମୁହାଁ ରହିଛି। ଅଣ୍ଡା ଗୋଟା ଦାମ ୮ଟଙ୍କାରେ ପହଁଚିଛି। ସ୍କୁଲ ଓ ଅଙ୍ଗନୱାଡିରେ ପିଲାଙ୍କୁ ଅଣ୍ଡା ଯୋଗାଇବା କଷ୍ଟକର ହୋଇ ପଡିଛି। ତେବେ ଅଚାନକ ଅଣ୍ଡାଦର ବଢ଼ିବା ପଛର କାରଣ କଣ? 

ରାଜ୍ୟରେ ପ୍ରତିଦିନ ହାରାହାରି ୧କୋଟିରୁ ଅଧିକ ଅଣ୍ଡା ଆବଶ୍ୟକ । କିନ୍ତ ଏହି ଆବଶ୍ୟକତକା ମେଣ୍ଟାଇବାରେ ସଫଳ ହେଉନି ଓଡ଼ିଶା। ଅନ୍ୟ ଋତୁମାନଙ୍କରେ ଅଣ୍ଡାର ଆବଶ୍ୟକତା କଷ୍ଟେମଷ୍ଟେ ମେଣ୍ଟି ଯାଉଥିଲେ ବି ଶୀତ ଋତୁରେ ଅଭାବ ସ୍ପଷ୍ଟ ଅନୁଭୂତ ହେଉଛି। ଚାହିଦା ଅନୁସାରେ ରାଜ୍ୟରେ ଅଣ୍ଡା ଉତ୍ପାଦନ ହେଉନଥିବାରୁ ଆନ୍ଧ୍ର ଉପରେ ନିର୍ଭର କରିବାକୁ ପଡୁଛୁ। ଯାହାଫଳରେ ଓଡିଶାରେ ଅଣ୍ଡା ଦର ଉପରେ ଆନ୍ଧ୍ରର ନିୟନ୍ତ୍ରଣ ରହୁଛି। ଆନ୍ଧ୍ରର ଅଣ୍ଡା ବ୍ୟବସାୟୀ ଯେମିତି ଅଣ୍ଡା ଦର ନିର୍ଦ୍ଧାରଣ କରୁଛନ୍ତି ଓଡିଶାରେ ସେତିକି ରହୁଛି। 

ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଓଡ଼ିଶାରେ ଅଣ୍ଡା ଉତ୍ପାଦନ ହେଉଥିଲେ ବି ଆମ ରାଜ୍ୟରେ ଶୀତଳଭଣ୍ଡାର ନଥିବାରୁ ସାଇତି ରଖାଯାଇପାରୁନି। ସଂରକ୍ଷଣ ସୁବିଧା ଥିବାରୁ ଆନ୍ଧ୍ରକୁ ପଠାଇ ଦେଉଛନ୍ତି ଓଡ଼ିଶା ବ୍ୟବସାୟୀ। ଯାହାଫଳରେ ଆମ ରାଜ୍ୟରେ ଅଣ୍ଡା ଅଭାବ ଦେଖାଯିବା ସହ ଦର ଉଚ୍ଚା ରହୁଛି। ଏଥିସହ ଅଣ୍ଡା ଉତ୍ପାଦକଙ୍କୁ ଦାନା ପାଇଁ ଆନ୍ଧ୍ର ସରକାର ସବସିଡି ଦେଉଛନ୍ତି। କିନ୍ତୁ ଆମ ରାଜ୍ୟରେ ସେଭଳି କୌଣସି ସହାୟତା ମିଳୁନି। ତେଣୁ କୁକୁଡା ଚାଷୀ ଚଢ଼ା ଦରରେ ଦାନା କିଣୁଛନ୍ତି। ଯାହାର ପ୍ରଭାବ ଅଣ୍ଡା ଦର ଉପରେ ପଡୁଛି ବୋଲି କହିଛନ୍ତି। 

ସରକାର କହୁଛନ୍ତି ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗୀ ଯୋଜନାରେ କୁକୁଡା ଚାଷୀଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯାଉଛି। କିନ୍ତୁ ଏବେବି ଆମେ ଅଣ୍ଡା ପାଇଁ ଆତ୍ମନିର୍ଭରଶୀଳ ନହୋଇ ଆନ୍ଧ୍ର ଉପରେ ନିର୍ଭର କରୁଛୁ। ଏବେ ପ୍ରଶ୍ନ, ଓଡ଼ିଶା କେବେ ଆତ୍ମନିର୍ଭରଶୀଳ ହେବ ଓ ସୁଲଭ ମୂଲ୍ୟରେ ଲୋକଙ୍କୁ ଅଣ୍ଡା ମିଳିବ? 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe