କନକ ବ୍ୟୁରୋ : ଜଙ୍ଗଲକୁ ଗଲା ଯମୁନା । ସଫ୍ଟ ଏନକ୍ଲୋଜରରୁ ବାହାରି ଶିମିଳିପାଳର ଜଙ୍ଗଲକୁ ଯାଇଛି ମହାରାଷ୍ଟ୍ରର ତାଡୋବା ଅଭୟାରଣ୍ୟରୁଆସିଥିବା ବାଘୁଣୀ ଯମୁନା । ଗେଟ୍‌ ପାଖରେ ଖାଦ୍ୟ ପାଇଁ ବାରହା ରଖାଯାଇଥିଲେ ବି ଶିକାର ବଦଳରେ ଜଙ୍ଗଲକୁଚାଲିଯାଇଛି ବାଘୁଣୀ । ଯାହାକୁ ନେଇ ବେଶ ଉତ୍ସାହିତ ଅଛନ୍ତି ବନ କର୍ମଚାରୀ । ଶିମିଳିପାଳରେ ଏବେ୩୯ଟି ବାଘ ରହିଛନ୍ତି । ଶିମିଳିପାଳରେ ବାଘବଂଶ ବୃଦ୍ଧି ସହ ବାଘ ପ୍ରଜାତିକୁ ନିୟନ୍ତ୍ରଣକୁ ଆଣିବାକୁବାଘୁଣୀ ଯମୁନାକୁ ମହାରାଷ୍ଟ୍ରରୁ ଅଣାଯାଇଛି । ଯାହା ବାଘବଂଶ ବୃଦ୍ଧି ପାଇଁ ଏକ ଶୁଭ ସଂକେତ । ଯମୁନାକୁଜଙ୍ଗଲକୁ ଛଡ଼ା ଯିବା ପରେ ଏବେ ମହରାଷ୍ଟ୍ରରୁ ଆଉ ଏକ ମାଈ ମହାବଳ ଶିମିଳିପାଳକୁ ଆଣିବା ପାଇଁ ପ୍ରସ୍ତୁତିଆରମ୍ଭ ହୋଇଛି ।