କନକ ବ୍ୟୁରୋ : ପୁଞ୍ଜି ଆଣିବାକୁ ସିଙ୍ଗାପୁରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସିଙ୍ଗାପୁର ଯାଇ ପୁଞ୍ଜିନିବେଶକାରୀ ମାନଙ୍କୁ ଓଡ଼ିଶାରେ ପୁଞ୍ଜି ନିବେଶ କରିବାକୁ ଆକୃଷ୍ଟ କରୁଛନ୍ତି ମୁଖ୍ୟମନ୍ତ୍ରୀ। ବୈଠକ କରି ଶିଳ୍ପପତି ମାନଙ୍କୁ ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଆହ୍ବାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ଓରିଣ୍ଡ ସିଙ୍ଗାପୁର ଚେୟାରମ୍ୟାନ ଶିଳ୍ପପତି ରବୀନ ଝୁନଝୁନୱାଲାଙ୍କ ସହ ଆଲୋଚନା କରିଛନ୍ତି ମୋହନ ମାଝୀ । ଜୈବିକ ସାର କ୍ଷେତ୍ରରେ ନିବେଶ କରିବାକୁ ରବୀନ ଝୁନଝୁନୱାଲା ଆଗ୍ରହ ପ୍ରକାଶ କରିଛନ୍ତି । ସେ ଓଡ଼ିଶାରେ ତାଙ୍କର ଷ୍ଟାର୍ଟ ଅପ୍ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭରସା ଦେଇଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀ, ସେମ୍ବକର୍ପ ଇଣ୍ଡଷ୍ଟ୍ରୀ ଲିମିଟେଡର ଗ୍ରୁପ୍ ପ୍ରେସିଡେଣ୍ଟ ଓ ସିଇଓ ୱଙ୍ଗ କିମ୍ ୟିନଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଓଡ଼ିଶାରେ ହେବାକୁଥିବା ସେମ୍ବକର୍ପର ଗ୍ରୀନ୍ ଆମୋନିଆ ପ୍ରକଳ୍ପ ସହିତ ଭାରତରେ ହେବାକୁ ଥିବା ଅନ୍ୟାନ୍ୟ ଅକ୍ଷୟ ଶକ୍ତି ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରିଛନ୍ତି । ଏହାସହ ୨୦୨୫ ଜାନୁଆରୀ ୨୮ ଓ ୨୯ ତାରିଖରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ମୁଖ୍ୟମନ୍ତ୍ରୀ, ସେମ୍ବକର୍ପର ସିଇଓ ଓ ଅଧିକାରୀମାନଙ୍କୁ ନିମନ୍ତ୍ରଣ କରିଛନ୍ତି ।
ପୁଞ୍ଜି ଆଣିବାକୁ ସିଙ୍ଗାପୁରରେ ଚାଲିଛି କସରତ । ବଡ଼ ବଡ଼ ଶିଳ୍ପପତିଙ୍କ ସହିତ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ
Advertisment
Follow Us