କନକବ୍ୟୁରୋ : ରାଜନୀତିରେ କେହି କାହାର ଚିର ଶତ୍ରୁ ନୁହନ୍ତି କି କ୍ଷମତା ଲୋଭ ଆଗରେ କେହି ମିତ୍ର ମଧ୍ୟ ନୁହନ୍ତି । ପୂର୍ବରୁ ଅନେକ ଥର ଏହାର ଝଲକ ଦେଖିଛି ଦେଶ । ଓଡ଼ିଶାରେ ସାମ୍ପ୍ରତିକ ରାଜନୈତିକ ସ୍ଥିତି ମଧ୍ୟ ସମାନ ଆଡକୁ ଢଳୁଛି । ଗୋଟିଏ ରାଜ୍ୟସଭା ଆସନ ପାଇଁ ଏବେ ନୀତି ଆଦର୍ଶ ମୂଲ୍ୟବୋଧକୁ ଜଳାଞ୍ଜଳି ଦେବାକୁ ବ୍ୟଗ୍ର ରାଜନୈତିକ ଦଳ । ସମସ୍ତଙ୍କ ଆଖି ଏବେ ରାଜ୍ୟସଭାର ସେହି ଚତୁର୍ଥ ଆସନ ଉପରେ ।
ଅଧିକ ପଢନ୍ତୁ... ସମୟ ବଦଳୁଛି, ବଦଳୁନି ମାନସିକତା : ଆଜି ବି ଅଲୋଡା କନ୍ୟା ରତ୍ନ
ରାଜ୍ୟସଭା ନିର୍ବାଚନ ପାଇଁ ସମୟ ଯେତିକି ପାଖଉଛି, ରାଜନୈତିକ ଉଷ୍ମତା ସେତେ ଅଧିକ ବଢୁଛି । ଚତୁର୍ଥ ଆସନ ଅକ୍ତିଆର ପାଇଁ ଅଙ୍କ କଷିଲେଣି ଶାସକ ଓ ବିରୋଧୀ । ଆବଶ୍ୟକ ସଂଖ୍ୟା କମ ଥାଇ ମଧ୍ୟ ବିଜେପିର ଜଣେ ପରେ ଜଣେ ନେତା ଚତୁର୍ଥ ଆସନ ହାତେଇବାକୁ ଦମ୍ଭୋକ୍ତି ଦେଖାଉଛନ୍ତି । ଚତୁର୍ଥ ଆସନକୁ କଳେ ବଳେ କୌଶଳେ ହାତେଇବାକୁ ନୀତି ଆଦର୍ଶକୁ ଜଳାଞ୍ଜଳୀ ଦେବାକୁ ପଛାଇ ନାହାନ୍ତି ଉଭୟ ବିଜେପି ଓ କଂଗ୍ରେସ । ୨୪ ବର୍ଷ ଧରି ନବୀନଙ୍କୁ ବିରୋଧ କରି ଆସୁଥିବା କଂଗ୍ରେସ ଏବେ ବିଜେଡି ସୁପ୍ରିମୋଙ୍କ ସହଯୋଗ ଚାହୁଁଛି । ଚତୁର୍ଥ ଆସନ ପାଇଁ ଭକ୍ତଙ୍କ ଗୁଗଲି ରାଜ୍ୟସଭା ନିର୍ବାଚନ ଗଣିତକୁ ଆହୁରି ରୋଚକ କରିଛି ।
ନବୀନଙ୍କ ସହଯୋଗ ପାଇଲେ ରାଜ୍ୟସଭାରେ ଖାତା ଖୋଲିବାକୁ ଅଙ୍କ କଷୁଛି ଦଳ । ଏଥିପାଇଁ ବିଜେଡି ସୁପ୍ରିମୋଙ୍କୁ ଭେଟି ସମର୍ଥନ ଲୋଡିବେ ବୋଲି କହିଛନ୍ତି ଭକ୍ତ । ୨ଟି ଆସନ ଅନାୟସରେ ହାତେଇବ ବିଜେପି । ହେଲେ ଶାସକ ଦଳକୁ ଚତୁର୍ଥ ଆସନର ଲୋଭ ଛାଡିନି । ରାଜନୈତିକ ଶତ୍ରୁ ଥିବା ବିଜେଡି ସହ ଏବେ ମିତ ବସିବାକୁ କସରତ କରୁଛି ବିଜେପି । ଆବଶ୍ୟକ ପଡିଲେ ନବୀନଙ୍କ ସହଯୋଗରେ ଚତୁର୍ଥ ଆସନ ଦଖଲ ଅଭିଯାନ ପାଇଁ ଅଣ୍ଟା ଭିଡ଼ିବ ବିଜେପି । ଏନେଇ ସଂକେତ ଦେଇଛନ୍ତି ମୋହନଙ୍କ ଦୁଇ ମନ୍ତ୍ରୀ ସୁରେଶ ପୂଜାରୀ ଓ କୃଷଚନ୍ଦ୍ର ପାତ୍ର । ଯାହାର ଜବାବ ରଖିଛି ବିଜେଡି। ରାଜନୀତିରେ କେହି ଚିରଶତ୍ରୁ କି ମିତ୍ର ନୁହନ୍ତି । ରାଜ୍ୟସଭା ନିର୍ବାଚନ ଏହାର ସବୁଠୁ ବଡ ପ୍ରମାଣ ଦେବ। ହେଲେ ପ୍ରଶ୍ନ ଉଠୁଛି, ନବୀନ କାହାର ହେବେ ନା ନୀରବ ରହିବେ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/28/10-2026-01-28-20-18-04.jpg)