କନକ ବ୍ୟୁରୋ : ମହାନଦୀ ଜଳ ବିବାଦର ସମାଧାନ ପାଇଁ ରାୟପୁରରେ ଗୋଲ ଟେବୁଲ ବୈଠକ ବସିଛି । ବୈଠକରେ ଅଧ୍ୟକ୍ଷତା କରିଛନ୍ତି ଜଳ ମାନବ ଡକ୍ଟର ରାଜେନ୍ଦ୍ର ସିଂହ । ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାୟପୁର ଯାଇ ଏହି ବୈଠକରେ ସାମିଲ୍ ହୋଇଛନ୍ତି । ଆସନ୍ତାକାଲି ଛତିଶଗଡ ସରକାରଙ୍କ ପଦାଧିକାରୀଙ୍କ ସହିତ ଆଲୋଚନା କରାଯିବ ।
ମହାନଦୀ ଉଭୟ ଓଡ଼ିଶା ଏବଂ ଛତିଶଗଡ ପାଇଁ ଗୁରୁତ୍ୱପୂର୍ଣ୍ଣ ଏବଂ ଜୀବନରେଖା। ଓଡ଼ିଶାରେ ସମୁଦ୍ରକୁ ଭେଟିବା ପୂର୍ବରୁ ୯୦୦ କିଲୋମିଟର ବ୍ୟାପିଛି। ଏହି ନଦୀ ଭାରତର ଜଳବାୟୁକୁ ସନ୍ତୁଳିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବାବେଳେ ଉଭୟ ରାଜ୍ୟର ସଂସ୍କୃତି, ସାହିତ୍ୟ, ଅର୍ଥନୀତି, ପରିବେଶ ଏବଂ ସମୃଦ୍ଧତାକୁ ବଜାୟ ରଖିଛି । ମହାନଦୀ ଅବବାହିକା ଏବେ ସଙ୍କଟର ସମ୍ମୁଖୀନ ହୋଇଛି । ବିଶେଷ କରି ଅଣ ମୌସୁମୀ ସମୟରେ ଜଳ ଉପଲବ୍ଧତା ହ୍ରାସ ପାଇଛି । ବ୍ୟାପକ ଶିଳ୍ପାୟନ ନଦୀର ଇକୋସିଷ୍ଟମକୁ କ୍ଷତି ପହଞ୍ଚାଇବା ସହ ସଙ୍କଟ ବଢାଇ ଦେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/08/28/24-2025-08-28-17-47-29.jpg)