କନକ ବ୍ୟୁରୋ: ଦୁର୍ଘଟଣା ଏଡାଇବାକୁ ବସ ସମେତ ୪ ଚକିଆ ଯାନରେ ଲାଗିବ ସ୍ମାର୍ଟ ଡିଭାଇସ । ଖୁବଶୀଘ୍ର ଏହା ଲାଗୁ କରିବାକୁ ଯାଉଛନ୍ତି ସରକାର । ବିପଦ ଆସିଲେ ସ୍ମାର୍ଟ ଡିଭାଇସ ଡ୍ରାଇଭରଙ୍କୁ ସାଇରନ ଦେବ, ଯାହାଫଳରେ ସେମାନେ ସଚେତନ ହୋଇପାରିବେ । 

Advertisment

ଜାତୀୟ ସଡକ ସୁରକ୍ଷା ସପ୍ତାହ କାର୍ୟ୍ୟକ୍ରମରେ ଏହି ବଡ ଘୋଷଣା କରିଛନ୍ତି । ଦୁର୍ଘଟଣା କମାଇବାକୁ ଟେକ୍ନୋଲଜିର ସାହାରା ନେବେ ସରକାର । ସବୁ ବସ ଓ ୪ଚକିଆ ଯାନରେ ଲାଗିବ ସ୍ମାର୍ଟ ଡିଭାଇସ । ସୁରକ୍ଷାକୁ ପ୍ରାଥମିକତା ଦେଇ  ଖୁବଶୀଘ୍ର ଏହାକୁ କାର୍ୟ୍ୟକାରୀ କରିବାକୁ ଯାଉଛନ୍ତି ସରକାର ।   ଏନେଇ ଆଇଆଇଟି ମାଡ୍ରାସ ଓ ଅନ୍ୟମାନଙ୍କ ସହ ଚୁକ୍ତି ହେଉଛି । ଏବେ ଆସନ୍ତୁ ନଜର ପକାଇବା ସ୍ମାର୍ଟ ଡିଭାଇସର କାମ କଣ ।

ସ୍ମାର୍ଟ ଡିଭାଇସର କାମ କଣ? 
-ଡ୍ରାଇଭର ଅନ୍ୟମନସ୍କ ହେଲେ କିମ୍ବା ଆଖି ଲାଖିଗଲେ ଡିଭାଇସ ସାଇରନ୍ ଦେବ
-ମଦ ପିଇ କିମ୍ବା ଫୋନରେ କଥା ହୋଇ ଗାଡି ଚଳାଇଲେ ଶଦ୍ଦ ଶୁଣାଯିବ
-ଡ୍ରାଇଇଭରକୁ ସଚେତନ କରାଇବ ଶଦ୍ଦ
-ପଥ ସମ୍ମୋହନକୁ ଏଡାଇବ ସ୍ମାର୍ଟ ଡିଭାଇସ

ବସ ମାଲିକ ଦୀର୍ଘଦିନ ଧରି ଏହି ସ୍ମାର୍ଟ ଡିଭାଇସ ଲଗାଇବାକୁ ଦାବି କରୁଥିଲେ । ବସ ଓ ଚାରିଚକିଆ ଯାନରେ ଲଗାଇବା ପାଇଁ ଅନୁରୋଧ କରିଥିଲେ । ରାଜ୍ୟ ସରକାର ଏଥିପାଇଁ ଖର୍ଚ୍ଚ ବହନ କରିବେ । ଆସନ୍ତା ବଜେଟରେ ଏଥିପାଇଁ ବ୍ୟୟବରାଦ ବି ହୋଇପାରେ ।

ବସ ସହ ୪ ଚକିଆ ଯାନରେ ସ୍ମାର୍ଟ ଡିଭାଇସ ଲାଗିଲେ  ଦୁର୍ଘଟଣା କମିବ ଓ ଡ୍ରାଇଭର ଅଧିକ ସଚେତନ ହେବେ ବୋଲି ଆଶା କରାଯାଉଛି ।