କନକବ୍ୟୁରୋ : ଆମେରିକା-ଇରାନ ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚି ଥିବାବେଳେ ଦୁଇ ଦେଶ ମଧ୍ୟରେ ଶାନ୍ତି ଆଲୋଚନା ଓମାନରେ ବସିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଇରାନର ପ୍ରମୁଖ ନେତା ଅୟାତୋଲ୍ଲା ଅଲି ଖାମେନି ପରସ୍ପରକୁ ନାଲି ଆଖି ଦେଖାଉ ଥିବାବେଳେ ମଧ୍ୟପ୍ରାଚ୍ୟରେ ଅସ୍ଥିରତା ଦେଖାଯାଇଛି । କତାର, ତୁର୍କୀ, ଓମାନ ଦୁଇ ଦେଶ ମଧ୍ୟରେ ସ୍ଥିତି ସାମାନ୍ୟ କରିବାକୁ ପ୍ରୟାସ କରୁଥିବାବେଳେ  ସକାଳେ ଓମାନ ରାଜଧାନୀ ମାସ୍କଟରେ ଆମେରିକା-ଇରାନ ମଧ୍ୟରେ ଶାନ୍ତି ଆଲୋଚନା ଅନୁ‌ଷ୍ଠିତ ହୋଇଛି। କତାର ଓ ତୁର୍କୀ ଏଥିରେ ମଧ୍ୟସ୍ଥତା କରିବେ  । 

Advertisment

ଅଧିକ ପଢନ୍ତୁ... ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ : ଜୟଶଙ୍କର

ଇତିମଧ୍ୟରେ ତେହେରାନସ୍ଥିତ ଆମେରିକା ଦୂତାବାସ ଏହାର ନାଗରିକଙ୍କୁ ତୁରନ୍ତ ଇରାନ ଛାଡ଼ିବାକୁ ପରାମର୍ଶ ଦେଇଛି। ଆମେରିକା-ଇରାନ ମଧ୍ୟରେ କୂଟନୈତିକ ଆଲୋଚନା ପୂର୍ବରୁ ଆଞ୍ଚଳିକ ଉତ୍ତେଜନା ବୃଦ୍ଧି ପାଉଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ଓ ପରିବହନ ସମସ୍ୟା ଦେଖାଯାଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି । 

ଇରାନରେ ଆମେରିକା ନାଗରିକଙ୍କୁ ପଚରାଉଚରା କିମ୍ବା ଅଟକ ରଖିବାର ଆଶଙ୍କା ବୃଦ୍ଧି ପାଉଛି ।  ଇରାନରେ ଅବସ୍ଥିତ ଆମେରିକୀୟ ଦୂତାବାସ ଏହାର ନାଗରିକମାନଙ୍କୁ ତୁରନ୍ତ ଇରାନ ଛାଡିବା ପାଇଁ ଏକ ଜରୁରୀ ସୁରକ୍ଷା ସତର୍କତା ଜାରି କରିଛି ।   ଇରାନ କର୍ତ୍ତୃପକ୍ଷ ମୋବାଇଲ୍, ଲ୍ୟାଣ୍ଡଲାଇନ୍ ଏବଂ ଜାତୀୟ ଇଣ୍ଟରନେଟ୍ ନେଟୱାର୍କ ଉପରେ କଟକଣା ଲଗାଇଛନ୍ତି। ବହୁ ଏୟାରଲାଇନ୍ସ ମଧ୍ୟ ଏହାର ବିମାନ ବାତିଲ କିମ୍ବା ସଂକ୍ଷିପ୍ତ କରୁଛନ୍ତି  । 

ଆମେରିକା ଏହାର ନାଗରିକଙ୍କୁ ସ୍ଥଳପଥରେ ଇରାନରୁ ଆର୍ମେନିଆ କିମ୍ବା ତୁର୍କୀ ଯିବାକୁ ପରାମର୍ଶ ଦେଇଛି  ।  ଆମେରିକା ସରକାରଙ୍କ ସହାୟତା ଉପରେ ନିର୍ଭର ନକରି ନିଜସ୍ବ ଉପାୟରେ ଇରାନ ଛାଡ଼ିବାକୁ କୁହାଯାଇଛି। ଯେଉଁମାନେ ଇରାନ ଛାଡି ପାରିବେ ନାହିଁ ସେମାନଙ୍କୁ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ କୁହାଯାଇଛି  ।  

‘ତୁରନ୍ତ ଇରାନ ଛାଡ଼’ 
ପରମାଣୁ ଆଲୋଚନା ମଧ୍ୟରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ନିଜ ନାଗରିକଙ୍କୁ ସତର୍କ କଲା ଆମେରିକା 
ଯଥାଶୀଘ୍ର ଉପଲବ୍ଧ ବାଣିଜ୍ୟିକ ବିମାନ କିମ୍ବା ଅନ୍ୟାନ୍ୟ ମାଧ୍ୟମରେ ଇରାନ ଛାଡ଼ିବାକୁ ଆମେରିକା ପକ୍ଷରୁ ପରାମର୍ଶ 
ପରମାଣୁ କାର୍ଯ୍ୟକ୍ରମକୁ ନେଇ ଚାଲିଥିବା ଆଲୋଚନା ମଧ୍ୟରେ ଆମେରିକା ଇରାନ ମଧ୍ୟରେ ତିକ୍ତତା ଚରମସୀମାରେ 
ଇରାନରେ ମନଇଚ୍ଛା ଗିରଫଦାରୀ ଏବଂ ବିଦେଶୀ ନାଗରିକଙ୍କୁ ଅଟକ ରଖାଯିବାର ଭୟ ଥିବାରୁ ଏଭଳି ସତର୍କତା 

ବିଶେଷ କରି ଦ୍ୱିତୀୟ ନାଗରିକତା ଥିବା ବ୍ୟକ୍ତିବିଶେଷଙ୍କୁ ଇରାନ ପ୍ରଶାସନ ଟାର୍ଗେଟ୍ କରିବାର ଆଶଙ୍କା
ଆମେରିକା କହିଛି, ବର୍ତ୍ତମାନ ପରିସ୍ଥିତିରେ ଇରାନରେ ଥିବା ଆମେରିକୀୟଙ୍କୁ କୌଣସି ସୁରକ୍ଷା, ସହାୟତା ଯୋଗାଇଦେବା କଷ୍ଟକର
ଖାଲି ଆମେରିକା ନୁହେଁ, ବରଂ ଅନ୍ୟ କେତେକ ଦେଶ ମଧ୍ୟ ନାଗରିକଙ୍କ ପାଇଁ ସମାନ ଧରଣର ନିର୍ଦ୍ଦେଶନାମା ଜାରି କରିଛନ୍ତି
ଇରାନର ଆଣବିକ ଅସ୍ତ୍ର ନିର୍ମାଣ ପ୍ରୟାସକୁ ନେଇ ଆମେରିକା ଏବଂ ଇସ୍ରାଏଲ୍ କ୍ରମାଗତ ଭାବେ ଚେତାବନୀ ଦେଇ ଆସୁଛନ୍ତି
ଯେକୌଣସି ମୁହୂର୍ତ୍ତରେ ସାମରିକ ସଂଘର୍ଷ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ