କନକ ବ୍ୟୁରୋ: ଦନ୍ତାକୁ ଧରିବାକୁ ବନ ବିଭାଗର ବଡ଼ କସରତ। ସୁନ୍ଦରଗଡ଼ କୋଇଡ଼ା ଜାମୁଡିହି ସେକ୍ସନ ତୋଡ଼ା ଜଙ୍ଗଲରେ ଦନ୍ତାହାତୀକୁ ଟ୍ରାଙ୍କୁଲାଇଜ କରିବାକୁ ବନ ବିଭାଗ ପକ୍ଷରୁ ଅପରେସନ ଆରମ୍ଭ । ତିନିଜଣ ସାଇଣ୍ଟିଷ୍ଟଙ୍କ ସମେତ କପିଳାସ ବନ ବିଭାଗର ଗୋଟିଏ ଟିମ୍, ଭେଟେନାରୀର ଗୋଟିଏ ଟିମ୍ ରାଉରକେଲା ଆରସିଏଫଙ୍କ ସମେତ ପ୍ରାୟ ୬୦ଜଣ ବନ ଅଧିକାରୀ ଏଥିରେ ସାମିଲ ହୋଇଛନ୍ତି। ରେଡିଓକୋଲାର ମାଧ୍ୟମରେ ହାତୀକୁ ଟ୍ରାଙ୍କୁଲାଇଜ କରିବାକୁ ଉଦ୍ୟମ କରାଯାଉଛି। କିଛି ବର୍ଷ ହେଲା ଏହି ଦନ୍ତା ହାତୀଟି ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇଛି। ୧୫ରୁ ଅଧିକ ଲୋକଙ୍କ ଦନ୍ତା ହାତୀଟି ଦଳି ମାରିବା ସହିତ ଧନସମ୍ପତି ମଧ୍ୟ ନଷ୍ଟ କରୁଥିବା ଅଭିଯୋଗ ହୋଇଛି। ତୁରନ୍ତ ଏହି ହାତୀକୁ ଧରି ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ବନବିଭାଗ ପାଖରେ ଦାବି କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ।
ଦନ୍ତାକୁ କାବୁ କରିବାକୁ ବନ ବିଭାଗର ଉଦ୍ୟମ । ହାତୀକୁ ଟ୍ରାଙ୍କୁଲାଇଜ୍ କରିବାକୁ ୬୦ ଜଣିଆ ଟିମ୍ ନିୟୋଜିତ
ଦନ୍ତାକୁ ଧରିବାକୁ ବନ ବିଭାଗର ବଡ଼ କସରତ। ସୁନ୍ଦରଗଡ଼ କୋଇଡ଼ା ଜାମୁଡିହି ସେକ୍ସନ ତୋଡ଼ା ଜଙ୍ଗଲରେ ଦନ୍ତାହାତୀକୁ ଟ୍ରାଙ୍କୁଲାଇଜ କରିବାକୁ ବନ ବିଭାଗ ପକ୍ଷରୁ ଅପରେସନ ଆରମ୍ଭ ।
/kanak/media/media_files/lVKBwBINkIxQdrhPnqWV.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)