ମେଡିକାଲ ବେଡରେ ଜୀବନ ସହ ଲଢେଇ କରୁଛନ୍ତି ଦୀପକ : ମାଆ ଆଖିରୁ ଶୁଖୁନି ଲୁହ ସାହାର୍ଯ୍ୟ ପାଇଁ କଲେ ଆକୁଳ ନିବେଦନ

ମେଡିକାଲ ଶଯ୍ୟାରେ ୧୬ ବର୍ଷୀୟ ଦୀପକ  । ଆର୍ଥିକ ଅନଟନରୁ ହୋଇ ପାରୁନି ଚିକିତ୍ସା  । ସାଙ୍ଗକୁ ବଂଚାଇବାକୁ ଗାଁ ଗାଁ ଘର ଘର ବୁଲି ସାଙ୍ଗ ମାଗୁଛନ୍ତି ଭିକ୍ଷା 

ସଦୋ

ସଦୋ Photograph: (ସଦୋ )

କନକବ୍ୟୁରୋ : ମେଡିକାଲ ଶଯ୍ୟାରେ ୧୬ ବର୍ଷୀୟ ଦୀପକ  । ଆର୍ଥିକ ଅନଟନରୁ ହୋଇ ପାରୁନି ଚିକିତ୍ସା  । ସାଙ୍ଗକୁ ବଂଚାଇବାକୁ ଗାଁ ଗାଁ ଘର ଘର ବୁଲି ସାଙ୍ଗ ମାଗୁଛନ୍ତି ଭିକ୍ଷା  । ସେପଟେ ଦୀପକଙ୍କ ମା ଓ ସାହି ପଡିଶାଙ୍କ ଆଖିରୁ ଲୁହ ଶୁଖୁନି  । ସରକାରୀ ସହାୟତା ହେଲେ ବଂଚିବ ଦୀପକ ଜୀବନ  । ଆସନ୍ତୁ ଦେଖିବା ଖଲ୍ଲିକୋଟରୁ ଏହି ରିପୋର୍ଟ 

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଏନଏସି ୧୦ ନଂ ଓାର୍ଡ ବାଲୁକେଶ୍ୱରପୁର ଗ୍ରାମର ଟିଟୁ ପ୍ରଧାନଙ୍କ ପୁଅ ଦୀପକ ପ୍ରଧାନ  । ମେଡିକାଲ ବେଡ ରେ ପଡି ବଂଚିବାର ରାହା ଦେଖୁଛି ଦୀପକ  ।  ଦୀପକଙ୍କ ବୟସ ଯେତେବେଳେ ୪ ବର୍ଷ ହୋଇଥିଲା ସେ ପଡି ଯାଇଥିଲେ  ।  ଆଉ ତାଙ୍କ ଶରୀରରେ ଗୁରୁତର ଭାବେ ଆଘାତ ଲାଗିଥିଲା  ।  କିନ୍ତୁ ସେତେବେଳେ ଚିକିତ୍ସା ପରେ ଦୀପକ ଭଲ ହୋଇଯାଇଥିଲେ  । 

କିନ୍ତୁ ଦୀପକ ଙ୍କୁ ୧୬ ବର୍ଷ ହେବା ପରେ ତାଙ୍କୁ ସେତେବେଳେ ହୋଇଥିବା ଆଘାତ ପୁଣି ଏବେ ତାଙ୍କ ଦେହରେ ଯନ୍ତ୍ରଣା ହେବାର ଦେଖିବାକୁ ମିଳିଥିଲା  । ପରିବାର ଲୋକ ଦୀପକଙ୍କୁ ମେଡିକାଲରେ ଭର୍ତି କରିଥିଲେ  । ଡାକ୍ତରଙ୍କ ଦ୍ୱାରା ଚିକିତ୍ସା ପରେ ଜାଣିବାକୁ ପାଇଥିଲେ ତଳେ ଦିନେ ହୋଇଥିବା ଅପରେସନ ସମୟରେ ବେକ ପାଖରେ ଗୋଟିଏ ଶିର ଚିପି ହୋଇ ରହିଛି 

ଯାହାଫଳରେ ସେ ଅସୁସ୍ଥ ହୋଇଛନ୍ତି  । ତେବେ ସେହି ଶିରକୁ ଠିକ କରିବାକୁ ହେଲେ ପୁଣି ଅପରେସନ କରିବାକୁ ପଡିବ  । ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଦୀପକ ଚିକିତ୍ସା ହେଉଛନ୍ତି  । ତେବେ ତଳ ଦିନେ ହୋଇଥିବା ଦୁର୍ଘଟଣା ପୁଣି ୧୨ ବର୍ଷ ପରେ ବାହାରିବ ତାହା କେହି ବିଶ୍ୱାସ କରିନଥିଲେ 

କାରଣ ସେତେବେଳେ ଘଟଣା ପରେ ଚିକିତ୍ସା ହୋଇ ଦୀପକ ସମ୍ପୁର୍ଣ୍ଣ ଭଲ ହେବା ସହ ଯୁକ୍ତ ଦୁଇ ରେ ପାଠ ପଢୁଥିଲେ  । ଏବେ ଦୀପକ ଙ୍କ ଏପରି ଅବସ୍ଥା ଦେଖି ପରିବାର ଓ ସାହି ପଡିଶାଙ୍କ ଆଖିରୁ ଲୁହ ଶୁଖୁନି  ତେବେ ଦୀପକ ମେଡିକାଲ ବେଡରେ ପଡିଥିବା ବେଳେ ବର୍ତାମାନ ପାଖାପାଖି ୧୦ ଲକ୍ଷ ଟଙ୍କା ସରିଲାଣି 

ତା ସହ ବିଜୁ ସ୍ୱାସ୍ଥ୍ୟ କାର୍ଡରେ ଥିବା ସମସ୍ତ ଟଙ୍କା ମଧ୍ୟ ସରିଯାଇଛି  ।  ଯାହା ଫଳରେ ଏବେ ଦୀପକଙ୍କ ପାଇଁ ଆହୁରି ୧୨ ଲକ୍ଷ ଟଙ୍କା ଆବଶ୍ୟକ ରହିଛି 

ତେବେ ପରିବାର ଆର୍ଥିକ ସ୍ୱଛଳ ନଥିବାରୁ କେମିତି ପୁଅର ଚିକିତ୍ସା କରିବେ ଚିନ୍ତାରେ ପଡିଥିବା ବେଳେ ଦୀପକର ସାନ ଭାଇ  ଓ ଦୀପକ ଙ୍କ ସାଙ୍ଗ ମାନେ ଗାଁ କୁ ଗାଁ ଓ ଘର କୁ ଘର ବୁଲି ଭିକ୍ଷା ମାଗୁଛନ୍ତି 

କିଏ ୧୦ ଟଙ୍କା କିଏ ୨୦ ଟଙ୍କା ଦେଉଥିବା ବେଳେ ସାଙ୍ଗମାନେ ମଧ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ଦୀପକଙ୍କୁ ସରକାରୀ ସହାୟତା ଯୋଗାଇଲେ ଦୀପକଙ୍କ ଅପରେସନ ହେବା ସହ ଦୀପକଙ୍କ ଜୀବନ ବଂଚି ପାରିବ ବୋଲି କହିଛନ୍ତି 

 ଦୀପକଙ୍କୁ ସହାୟତା ଯୋଗାଇବା ପାଇଁ

ଫୋନ ପେ - ୬୩୭୧୭୨୧୦୭୦ (ମାନସ ପ୍ରଧାନ ,ଦୀପକଙ୍କ ସାନ ଭାଇ)

ଆକାଉଂଟ ନଂ – ୯୨୨୦୧୦୦୨୬୩୫୯୩୪୨

ଆକ୍ସିସ ବ୍ୟାଙ୍କ ଖଲ୍ଲିକୋଟ

UTIB0000052

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe