ଭୂତକୋଠି ପାଲଟିଛି ୨୦୮ ସ୍କୁଲ ଘର; ପିଲାଙ୍କ କୋଠା ଜମୁଛି ମଦ୍ୟପଙ୍କ ଆଡ୍ଡା

ଗୋଟିଏ ଦୁଇଟି ନୁହେଁ, କେନ୍ଦ୍ରାପଡ଼ା ଜିଲ୍ଲାର ୨୦୮ଟି ସ୍କୁଲର ସମାନ ଅବସ୍ଥା । ଜିଲ୍ଲାରେ ସ୍କୁଲ ଗୁଡ଼ିକର ମିଶ୍ରଣ ପରେ, ଘର ଗୁଡ଼ିକ ଅଦରାକାରୀ ହୋଇପଡ଼ିଛି ।

School Problem

School Problem Photograph: (kanak news)

କନକ ବ୍ୟୁରୋ : ଦିନେ ଯେଉଁ ସ୍ଥାନରେ ବସି ପାଠ ପଢ଼ୁଥିଲେ ପିଲା ଏବେ ସେହି ସ୍ଥାନ ବୁଲା ଗାଈ ଗୋରୁ ଓ ମଦ୍ୟପଙ୍କ ଚରାଭୂଇଁ ପାଲଟିଛି । ଗୋଟିଏ ଦୁଇଟି ନୁହେଁ, କେନ୍ଦ୍ରାପଡ଼ା ଜିଲ୍ଲାର ୨୦୮ଟି ସ୍କୁଲର ସମାନ ଅବସ୍ଥା । ଜିଲ୍ଲାରେ ସ୍କୁଲ ଗୁଡ଼ିକର ମିଶ୍ରଣ ପରେ, ଘର ଗୁଡ଼ିକ ଅଦରାକାରୀ ହୋଇପଡ଼ିଛି । ସ୍କୁଲ କୋଠା ଉପରେ କାହାରି ନଜର ରହିଲା ନାହିଁ, ତେଣୁ କବାଟ, ଝରକା ତାଡ଼ି ନେଲେ ଦୃର୍ବୃତ୍ତ । ଅପରିଷ୍କାର ପରିବେଶରେ ଗଛ ଲଟା ମାଡ଼ିବା ସହ କେତେକ ସ୍ଥାନରେ ଉଈହୁଙ୍କା ହୋଇଗଲାଣି । ଅଧିକାଂଶ ବିଦ୍ୟାଳୟରେ ମଦ୍ୟପମାନେ ଆଡ୍ଡା ଜମାଇବାରୁ ଘର ଗୁଡ଼ିକ ଏବେ ଧ୍ବଂସାଭିମୁଖୀ । 

ବନ୍ଦ ପଡ଼ିଥିବା ବିଦ୍ୟାଳୟ କୋଠା ଗୁଡ଼ିକ ବ୍ୟବହାର ଯୋଗ୍ୟ କରାଯାଉ ଏବଂ ସରକାରୀ ଘର ନଷ୍ଟ ନକରି ପାଠାଗାର କିମ୍ବା ଅନ୍ୟାନ୍ୟ କାମରେ ବ୍ୟବହାର କରିବାକୁ ଦାବି ହେଉଛି । ସରପଞ୍ଚ ଅଧିନରେ ଥିବା କୋଠାର ରକ୍ଷଣାବେକ୍ଷଣ ପଞ୍ଚାୟତ ସ୍ତରରେ କରିବା କଥା, ଯଦି କରୁନାହାନ୍ତି ତେବେ ତୁରନ୍ତ ଅନ୍ୟ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe