କନକ ବ୍ୟୁରୋ : ଦିନେ ଯେଉଁ ସ୍ଥାନରେ ବସି ପାଠ ପଢ଼ୁଥିଲେ ପିଲା ଏବେ ସେହି ସ୍ଥାନ ବୁଲା ଗାଈ ଗୋରୁ ଓ ମଦ୍ୟପଙ୍କ ଚରାଭୂଇଁ ପାଲଟିଛି । ଗୋଟିଏ ଦୁଇଟି ନୁହେଁ, କେନ୍ଦ୍ରାପଡ଼ା ଜିଲ୍ଲାର ୨୦୮ଟି ସ୍କୁଲର ସମାନ ଅବସ୍ଥା । ଜିଲ୍ଲାରେ ସ୍କୁଲ ଗୁଡ଼ିକର ମିଶ୍ରଣ ପରେ, ଘର ଗୁଡ଼ିକ ଅଦରାକାରୀ ହୋଇପଡ଼ିଛି । ସ୍କୁଲ କୋଠା ଉପରେ କାହାରି ନଜର ରହିଲା ନାହିଁ, ତେଣୁ କବାଟ, ଝରକା ତାଡ଼ି ନେଲେ ଦୃର୍ବୃତ୍ତ । ଅପରିଷ୍କାର ପରିବେଶରେ ଗଛ ଲଟା ମାଡ଼ିବା ସହ କେତେକ ସ୍ଥାନରେ ଉଈହୁଙ୍କା ହୋଇଗଲାଣି । ଅଧିକାଂଶ ବିଦ୍ୟାଳୟରେ ମଦ୍ୟପମାନେ ଆଡ୍ଡା ଜମାଇବାରୁ ଘର ଗୁଡ଼ିକ ଏବେ ଧ୍ବଂସାଭିମୁଖୀ ।
ବନ୍ଦ ପଡ଼ିଥିବା ବିଦ୍ୟାଳୟ କୋଠା ଗୁଡ଼ିକ ବ୍ୟବହାର ଯୋଗ୍ୟ କରାଯାଉ ଏବଂ ସରକାରୀ ଘର ନଷ୍ଟ ନକରି ପାଠାଗାର କିମ୍ବା ଅନ୍ୟାନ୍ୟ କାମରେ ବ୍ୟବହାର କରିବାକୁ ଦାବି ହେଉଛି । ସରପଞ୍ଚ ଅଧିନରେ ଥିବା କୋଠାର ରକ୍ଷଣାବେକ୍ଷଣ ପଞ୍ଚାୟତ ସ୍ତରରେ କରିବା କଥା, ଯଦି କରୁନାହାନ୍ତି ତେବେ ତୁରନ୍ତ ଅନ୍ୟ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/10/23/school-problem-2025-10-23-17-59-53.jpg)