କନକ ବ୍ୟୁରୋ: ବାପା ଥିଲେ ରାଜମିସ୍ତ୍ରୀ । କିନ୍ତୁ ପୁଅ ହେଲେ ସିଏ ଟପ୍ପର । ଆସନ୍ତୁ ଜାଣିବା ରାଜମିସ୍ତ୍ରୀଙ୍କ ପୁଅଙ୍କ ସଙ୍ଘର୍ଷ ବିଷୟରେ। ସିଏ ହେବା ଅନେକ ଯୁବକଙ୍କ ସ୍ବପ୍ନ ଥାଏ। କିଛି ଦିନ ପୂର୍ବରୁ ସିଏ ଫାଇନାଲ ପରୀକ୍ଷାର ଫାଇନାଲ ରେଜଲ୍ଟ ବାହାରିଥିଲା । ଏଥିରେ ହାଇଦରାବାଦର ୨୨ ବର୍ଷୀୟ ସାଇ ଦିନେଶ ସିଏ ଟପ୍ପର ହୋଇଛନ୍ତି । ସାଇ ଦିନେଶ ସିଏ ଫାଇନାଲ ପରୀକ୍ଷାରେ ଅଲ ଇଣ୍ଡିଆ ୪୦ ରାଙ୍କ ହାସିଲ କରି ମାତାପିତାଙ୍କ ସ୍ବପ୍ନ ସାକାର କରିଛନ୍ତି । ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ସାଇ ଦିନେଶ କହିଛନ୍ତି ତାଙ୍କ ବାପା ପ୍ରଥମେ ରାଜମିସ୍ତ୍ରୀ କାମ କରୁଥିଲେ । ଏବେ ଛୋଟମୋଟ କଷ୍ଟ୍ର୍ରକ୍ସନ ଠିକାଦାର ଅଛନ୍ତି । ଟଙ୍କାର ଅଭାବ ସତ୍ବେ ବି ବାପା କେବେ ବି ମୋ ପାଠପଢାରେ ଅବହେଳା କରିନାହାଁନ୍ତି ବୋଲି ସାଇ ଦିନେଶ କହିଛନ୍ତି ।
ସାଇ ଦିନେଶ କହିଛନ୍ତି ମୋ ବାପା ପଢିବାକୁ ଚାହୁଁଥିଲେ। ଇଣ୍ଟରମିଡିଏଟ୍ ପାଠ ପଢାକୁ ବାପାଙ୍କୁ ଅଧାରୁ ଛାଡିବାକୁ ପଡିଲା । ଅର୍ଥର ଅଭାବ ଯୋଗୁଁ ଯୋଗୁଁ ଦିନେଶଙ୍କ ବାପା ପାଠ ପଢିପାରିନଥିବା କହିଥିଲେ ସାଇ ଦିନେଶ । ଆଉ ଜୀବନ ଜୀବିକା ପାଇଁ ରାଜମିସ୍ତ୍ରୀ କାମ ଆପୋଣାଇଥିଲେ । କିନ୍ତୁ ଦିନେଶଙ୍କୁ ସିଏ କରିବାକୁ ସବୁ ପ୍ରକାର ପ୍ରଚେଷ୍ଟା କରିଥିଲେ ତାଙ୍କ ବାପା। ୧୨-୧୪ ଘଣ୍ଟା ପଢଡିବାରେ ଦିଅନ୍ତି ଦିନେଶ । ଆଜି ସଫଳତାର ସ୍ବାଦ ଚାଖିଛନ୍ତି ଦିନେଶ । ଏହି ସଫଳତା ପଛରେ ବାପାଙ୍କର ବହୁତ ହାତ ଥିବା କହିଛନ୍ତି ଦିନେଶ ।