କନକ ବ୍ୟୁରୋ: ଦୁର୍ନୀତି ଏକ ବ୍ୟାଧି ପାଲଟିଯାଇଛି । ପ୍ରାୟ ସମସ୍ତଙ୍କୁ ଗ୍ରାସ କରିସାରିଲାଣି । ଦୁର୍ନୀତିଗ୍ରସ୍ତ ବାବୁଙ୍କ ତାଲିକା କେତେ ଲମ୍ବା ତାହା ତ ସମସ୍ତଙ୍କୁ ଜଣା । ଭିଜିଲାନ୍ସ ଚଢ଼ାଉ ସମୟରେ ନଗଦ କୋଟି କୋଟି ଟଙ୍କା ମିଳିବା କିଛି ନୂଆ କଥା ନୁହେଁ । ପ୍ରାୟ ସବୁ ବିଭାଗରେ ଆଜି ବି ଚାଲିଛି ପିସି କାରବାର । ସମ୍ବଲପୁର ଜିଲ୍ଲାରେ ଶିକ୍ଷା ବିଭାଗରେ ଲାଗିଛି କଳଙ୍କ । ୨୦୨୪-୨୫ ଶିକ୍ଷା ବର୍ଷରେ ବିଭିନ୍ନ ବ୍ଲକରେ ଛାତ୍ରଛାତ୍ରୀଙ୍କ ପାଇଁ ଆସିଥିବା ଲକ୍ଷାଧିକ ଟଙ୍କା ହଡ଼ପ କରାଯାଇଛି । ଗତ ଜାନୁଆରି ମାସରେ ହୋଇଥିବା ଅଡିଟ୍ରୁ ତାହା ସାମ୍ନାକୁ ଆସିଛି । ଚଳିତ ମାସ ୧୬ ତାରିଖରେ ୬ଟି ବ୍ଲକ ଶିକ୍ଷା ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ କରାଯାଇଛି ।
ଗୋଟିଏ ସ୍କୁଟିରେ ଏକାସାଙ୍ଗରେ ବସିଲେ ୪୦ ଛାତ୍ରଛାତ୍ରୀ । ଏହା ଆମେ କହୁନୁ ଶିକ୍ଷା ବିଭାଗର ତଥ୍ୟ କହୁଛି । ସମ୍ବଲପୁର ଶିକ୍ଷା ବିଭାଗର ଏକ୍ସପୋଜର ଭିଜିଟର ଅଡିଟ ରିପୋର୍ଟରେ ଏଭଳି କିଛି ତଥ୍ୟ ସାମ୍ନାକୁ ଆସିଛି । କେବଳ ଏତିକି ନୁହେଁ, କେଉଁଠି ମୋପେଡରେ ୪୪ ଜଣ ଛାତ୍ରଛାତ୍ରୀ ବସି ଷ୍ଟଡିଟୁର ଯାଇଛନ୍ତି ତ ଆଉ କେଉଁଠି ବାଇକରେ ଏକାସାଙ୍ଗରେ ୪୦ରୁ ୫୦ ଛାତ୍ରଛାତ୍ରୀ ବସି ଏକ୍ସପୋଜର ଭିଜିଟରେ ଯାଇଛନ୍ତି ।
- ଦୁର୍ନୀତି ତାଲିକା ନଂ୧
ଗାଡ଼ି ନମ୍ବର, OD 15 E 6995
ଏହି ଗାଡ଼ିକୁ ବସ୍ ଦର୍ଶାଇ ୧୯,୩୬୦ ଟଙ୍କାର ବିଲ୍ ଉଠାଯାଇଛି
ପ୍ରକୃତରେ ଏହି ନମ୍ବରଟି ଏକ ସ୍କୁଟିର - ଦୁର୍ନୀତି ତାଲିକା ନଂ ୨
ସେହିପରି ଗାଡ଼ି ନମ୍ବର OD 15 V 6574
ଏହାକୁ ମଧ୍ୟ ବସ୍ ଦର୍ଶାଇ ଉଠିଛି ୨୧ ହଜାର ୩୦୪ ଟଙ୍କା
ଏଠାରେ ମଧ୍ୟ ଦୁର୍ନୀତିର ସେହି ବି ସମାନ କାହାଣୀ
ନମ୍ବରଟି ବସ୍ର ନୁହେଁ, ଏକ ବାଇକର ହୋଇଥିବା ଅଡିଟ ରିପୋର୍ଟରେ ଦର୍ଶାଯାଇଛି। - ଦୁର୍ନୀତି ତାଲିକା ନଂ ୩
ଅନେକ ଗାଡ଼ିର ରେଜିଷ୍ଟ୍ରେସନ୍ ନମ୍ବର ଆର୍ଟିଓ ପୋର୍ଟାଲରେ ନାହିଁ - ଦୁର୍ନୀତି ତାଲିକା ନଂ ୪
ସେହିପରି କିଲୋମିଟର ପିଛା ମନଇଚ୍ଛା ଦର ଲେଖାଯାଇଥିବା ଅଡିଟ୍ ରିପୋର୍ଟରେ ଉଲ୍ଲେଖ
- ଲକ୍ଷ ଲକ୍ଷ ଦୁର୍ନୀତିରେ ବୁଡ଼ିଛନ୍ତି ବ୍ଲକ ଶିକ୍ଷା ଅଧିକାରୀ !
- ଅଡିଟ୍ରୁ ଧରାପଡ଼ିଲା ବିଇଓଙ୍କ ଦୁର୍ନୀତି !
- କାରଣ ଦର୍ଶାଅ ନୋଟିସ୍ କଲେ ଡିଇଓ
ସମ୍ବଲପୁର ଜିଲ୍ଲାର ୬ଟି ବ୍ଲକରେ ହୋଇଛି ଏକ୍ସପୋଜର ଭିଜିଟ ନାଁରେ ମହାଦୁର୍ନୀତି। ଅଡିଟ ପରେ ସାମ୍ନାକୁ ଆସିଛି କେମିତି ବିଲ୍ ଭାଉଚରରେ କରାଯାଇଛି ହେରଫେର୍। ଏକ୍ସପୋଜର ଭିଜିଟ ପାଇଁ ଧନକଉଡ଼ା ବ୍ଲକ ପାଇଁ ୩ଲକ୍ଷ ୩୦ ହଜାର ଟଙ୍କା ମଞ୍ଜୁର ହୋଇଥିବା ବେଳେ ୧ ଲକ୍ଷ ୯୬ ହଜାର ୫୨୬ ଟଙ୍କା ଅଧିକ ବିଲ୍ କରାଯାଇଥିବା ଅଡିଟ୍ ରିପୋର୍ଟରେ ଉଲ୍ଲେଖ ଅଛି । ସେହିପରି ଜମନକିରା ପାଇଁ ୨ ଲକ୍ଷ ୬୫ ହଜାର ଟଙ୍କା ଅନୁଦାନ ଥିବା ବେଳେ ୭୧ ହଜାର ୩୦୦ ଟଙ୍କାର ହଡ଼ପ ହୋଇଥିବା ଜଣାପଡ଼ିଛି । ଯୁଯୁମୋରା ବ୍ଲକରେ ୧,୩୨,୦୦୪ ଟଙ୍କା, ରେଢ଼ାଖୋଲ ବ୍ଲକରେ ୧,୪୪,୬୬୦ ଟଙ୍କା ଓ ରେଙ୍ଗାଲି ବ୍ଲକରେ ୭୫,୪୦୦ ଟଙ୍କା ହଡ଼ପ କରିଛନ୍ତି ଗୋଷ୍ଠୀ ଶିକ୍ଷା ଅଧିକାରୀ । ସେହିପରି ପେନ୍ ଓ ରାଇଟିଂ ପ୍ୟାଡ ଛାତ୍ରଛାତ୍ରୀଙ୍କୁ ବଣ୍ଟା ଯାଇନଥିବା ବେଳେ ଏହି ବାବଦକୁ ଉଠିଛି ଲକ୍ଷାଧିକ ଟଙ୍କା । ସେଥିପାଇଁ ୬ଟି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2026/03/02/school-corruption-2026-03-02-22-31-55.png)