କନକ ବ୍ୟୁରୋ : ଧୀରେ ଧୀରେ ଚମକ ହରାଉଛି ରାଜ୍ୟର କୋଣ ଅନୁକୋଣରେ ଥିବା କଲେଜ ଓ ମହାବିଦ୍ୟାଳୟ । ମେଧାବୀ ଛାତ୍ରଛାତ୍ରୀ ଚିରାଚରିଚ ପାଠ୍ୟକ୍ରମରୁ ଦୂରେଇ ରହିବା, ଏବେ ସରକାରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି । କେମିତି ବି ହେବନି ଯେ? ଉଚ୍ଚଶିକ୍ଷା କ୍ଷେତ୍ରରେ ୮୦ହଜାର ସିଟ୍ ଖାଲିପଡ଼ିବା କ’ଣ ଗୋଟିଏ ସାଧାରଣ କଥା।
- ଉଚ୍ଚଶିକ୍ଷାରୁ ମୁହଁ ମୋଡ଼ୁଛନ୍ତି ଛାତ୍ରଛାତ୍ରୀ
- ଫାଙ୍କା ପଡ଼ିଛି ୮୦ ହଜାରରୁ ଉର୍ଦ୍ଧ୍ବ ସିଟ୍
ସ୍ଵୀକାର କଲେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ବଦଳୁଛି ଦୁନିଆ, ନିଯୁକ୍ତିର ସୁଯୋଗ ବି। ସାମନାକୁ ଆସୁଛି ନୂଆ ନୂଆ କ୍ୟାରିଅର । ଏଥିସହିତ ପରିବର୍ତ୍ତନ ହେଉଛି ଛାତ୍ରଛାତ୍ରୀଙ୍କ ମାନସିକତା । ଏବେ ଚିରାଚରିତ ପାଠ୍ୟକ୍ରମକୁ ମୁହଁ ମୋଡ଼ି, ବୃତ୍ତିଗତ ଶିକ୍ଷା ପ୍ରତି ଆଗହ ଦେଖାଉଛନ୍ତି ଛାତ୍ରଛାତ୍ରୀ । ନଜର ପକାନ୍ତୁ ଉଚ୍ଚ ଶିକ୍ଷା ବିଭାଗର ତଥ୍ୟ ଉପରେ। ଚଳିତ ଶିକ୍ଷାବର୍ଷରେ ରାଜ୍ୟରେ ଥିବା ମୋଟ ୧ ହଜାର ୫୮ ଟି କଲେଜରେ ୟୁଜି ସିଟ୍ ସଂଖ୍ୟା ମୋଟ୍ ୨ ଲକ୍ଷ ୭୭ ହଜାର ୮୮୧ । ବିଭିନ୍ନ ବିଭାଗରେ ଏଯାବତ୍ ନାମ ଲେଖାଇଛନ୍ତି ୧ ଲକ୍ଷ ୯୬ ହଜାର ୫୭୦ ଜଣ ଛାତ୍ରଛାତ୍ରୀ । ଆଉ ଖାଲି ପଡ଼ିଛି ୮୧ ହଜାର ୬୩୦ ଟି ସିଟ୍।
ସର୍ବାଧିକ ଖାଲି ଥିବା କିଛି ଜିଲ୍ଲା
- ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୭୨ କଲେଜ - ୮୧୪୧ ସିଟ୍ ଖାଲି
- କଟକ ଜିଲ୍ଲାରେ ୭୦ କଲେଜ - ୭୭୨୯ ସିଟ୍ ଖାଲି
- ଗଞ୍ଜାମ ଜିଲ୍ଲାରେ ୬୮ କଲେଜ - ୬୯୬୯ ସିଟ୍ ଖାଲି
- ଯାଜପୁର ଜିଲ୍ଲାରେ ୬୨ କଲେଜ - ୬୨୫୭ ସିଟ୍ ଖାଲି
ବିଶେଷଜ୍ଞ କହିବା କଥା, ସାଧାରଣ ଶିକ୍ଷା ପରେ ନିଯୁକ୍ତିର ବିଶେଷ ସୁଯୋଗ ନଥିବାରୁ ମୁଁହ ଫେରାଉଛନ୍ତି ଛାତ୍ର ଛାତ୍ରୀ । କ୍ୟାରିୟର କାଉନ୍ସେଲିଂର ମଧ୍ୟ ଅଭାବ ରହିଛି । ଜାତୀୟ ଶିକ୍ଷାନୀତି ଲାଗୁ ପରେ ସାଧାରଣ ଶିକ୍ଷାକୁ ଦକ୍ଷତା ଭିତ୍ତିକ ଶିକ୍ଷା ସହ ଯୋଡିବାକୁ ପ୍ରୟାସ କରାଯାଇଛି । ସାଧାରଣ ଶିକ୍ଷାର ଚମକ ଫେରି ଆସିବ, ସେନେଇ ପ୍ରଚେଷ୍ଟା ଜାରି ରହିଥିବା କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ।
ଗତ ୨୦୨୪-୨୫ ଶିକ୍ଷାବର୍ଷରେ ୧୦୫୮ କଲେଜରୁ ୭୪୧୪୨ ସିଟ୍ ଫାଙ୍କା ଥିଲା। ସେହିପରି ୨୦୨୩-୨୪ ଶିକ୍ଷା ବର୍ଷରେ ୧୦୪୭ କଲେଜରୁ ୮୮୫୧୧ଟି ସିଟ୍ ଖାଲି ପଡ଼ିଲା ପରେ ଏବେ ଚିନ୍ତା ବଢ଼ିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/10/30/32-2025-10-30-20-07-47.jpg)