କନକ ବ୍ୟୁରୋ : ଅଙ୍ଗନବାଡ଼ି ଯେଉଁଠି, ସ୍କୁଲ ସେଇଠି । କେମିତି ପଢ଼ିବୁ ଏକାଠି । ଏକଥା ଆମେ କହୁନୁ କିନ୍ତୁ ଏକଥା କହୁଛି ଉପାନ୍ତ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ମନର କଥା । ଘାଟିରେ ଏମିତି ଚାଲିଛି ଶିକ୍ଷା ବ୍ୟବସ୍ଥା। ସ୍ବାଧୀନତାର ଦୀର୍ଘ ଦଶନ୍ଧି ପରେ ବି ଶିକ୍ଷା ପାଇଁ ନାହିଁ ଆବଶ୍ୟକୀୟ ଭିତ୍ତିଭୂମି। ଗୋଟିଏ ଦଦରା କୋଠରୀରେ ଚାଲିଛି ପିଲାଙ୍କ ପାଠପଢ଼ା। ଗୋଟିଏ ସ୍ଥାନରେ ପ୍ରାକ୍ ଶିକ୍ଷା ଓ ବିଦ୍ୟାଳୟ। ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ଉପାନ୍ତ ତାଗାବେଡ଼ା ଗାଁରୁ ଆସିଛି ଶିକ୍ଷା ବ୍ୟବସ୍ଥାର ଏମିତି ବିକଳ ଚିତ୍ର। ପାହାଡ ଉପରେ ଏମିତି ଆମ ଶିକ୍ଷା ପାଇଁ ଭିତ୍ତିଭୂମିର ଚିତ୍ର। ପାହାଡ଼ି ଗାଁର ଶିକ୍ଷା ସ୍ଥିତି। ବେହାଲ କରୁଛି ବ୍ୟବସ୍ଥିତ ଶିକ୍ଷା ବ୍ୟବସ୍ଥାର ଉପସ୍ଥିତି। ତାଗାବେଡ଼ା ଗାଁରେ ଦଦରା ମାଟି କୁଡ଼ିଆର ଗୋଟିଏ କୋଠରୀ ଭିତରେ ଏକାଠି ଚାଲିଛି ପ୍ରାକ୍ ଶିକ୍ଷା ଓ ବିଦ୍ୟାଳୟ। ସକାଳେ ଅଙ୍ଗନବାଡି ପିଲାଙ୍କୁ ବସାଇ ପାଠ ପଢାଉଛନ୍ତି ଅଙ୍ଗନବାଡି ଦିଦି ଏବଂ ଦିନ ତମାମ ଏହି ଗୋଟିଏ କୋଠରୀରେ ବିଦ୍ୟାଳୟ ଚାଲିଛି। ପଲିଥିନ ଘୋଡାଇ ବର୍ଷସାରା ପ୍ରାକ ଏବଂ ବିଦ୍ୟାଳୟ ଏହି ଦଦରା କୋଠରୀରେ ଚାଲିଛି। ପ୍ରଶାସନ ପକ୍ଷରୁ ଆଜି ଯାଏଁ ଘର ଖଣ୍ଡିଏ ହୋଇପାରିନଥିବାରୁ ବିପଦସଙ୍କୁଳ କୋଠରୀ ଭିତରେ ପାଠ ପଢୁଛନ୍ତି ଉଭୟ ପ୍ରାକ୍ ଏବଂ ବିଦ୍ୟାଳୟର ଛାତ୍ରଛାତ୍ରୀ।
ଅଧିକ ପଢ଼ନ୍ତୁ : ରାଉରକେଲାରେ ଅଙ୍ଗନବାଡ଼ି କର୍ମୀଙ୍କୁ ହତ୍ୟା, ଛୁରି ଭୁଷି ହତ୍ୟା କଲା ପ୍ରେମିକ
ଚଳିତ ବର୍ଷ ତାଗାବେଡ଼ା ଗାଁର ବିଦ୍ୟାଳୟ ଏବଂ ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ଅର୍ଥ ଅନୁମୋଦନ ହୋଇଛି। ହେଲେ ଘାଟି ଅଂଚଳ ହୋଇଥିବାରୁ କୋଠା ନିର୍ମାଣ କରିବାକୁ ବ୍ଲକ ପ୍ରଶାସନ ସକ୍ଷମ ହୋଇପାରୁନି। ଏପଟେ ବ୍ଲକର ଶିକ୍ଷା ଭିତ୍ତିଭୂମି କଥା ନ କହିବା ଭଲ। ଖଇରପୁଟ ବ୍ଲକରେ ଶିକ୍ଷା ବିଭାଗର ୧୩୬ ଟି ବିଦ୍ୟାଳୟ ରହିଛି। ସେଥିମଧ୍ୟରୁ ବଣ୍ଡାଘାଟିର ତାଗାବେଡ଼ା, ରାମଲିଗୁଡ଼ା, କିଚପଡ଼ା, ସିନ୍ଧିଗୁଡ଼ା, ଖାଲଗୁଡ଼ା ବିଦ୍ୟାଳୟର କୋଠା ନାହିଁ। ତାଗାବେଡ଼ା ପାଇଁ କୋଠା ନିର୍ମାଣ କରିବାକୁ ଅର୍ଥ ମଞ୍ଜୁର ହୋଇଛି। ହେଲେ ତିଆରି ହୋଇପାରୁନି। ସେହିପରି ଖଇରପୁଟ ବ୍ଲକର ଘାଟି ଅଂଚଳରେ ୧୮ ଗୋଟି ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟରୁ ଅଧିକାଂଶ ଅଧପନ୍ତରିଆ ଥିବାବେଳେ ୫ ଟି ଅଙ୍ଗନବାଡି କେନ୍ଦ୍ରର କୋଠା ନିର୍ମାଣ ଆରମ୍ଭ ହୋଇନାହିଁ। ଫଳରେ ଦଦରା କୁଡ଼ିଆ ଭିତରେ କୋମଳମତି ଶିଶୁ ଏବଂ ବିଦ୍ୟାଳୟର ଛାତ୍ରଛାତ୍ରୀ ବିପଦ ମୁଣ୍ଡାଇ ପାଠ ପଢ଼ୁଛନ୍ତି ।
- ମାଥିଲିର ତାରାବେଡ଼ାରୁ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର
- ସହରାଞ୍ଚଳରେ କୋଟିକୋଟି ଟଙ୍କାର ବିଦ୍ୟାଳୟ କୋଠା
- ଉପାନ୍ତ ଅଞ୍ଚଳରେ ପିଲାଙ୍କ ପାଇଁ ଘରଟିଏ ବି ନାହିଁ
- ଗୋଟିଏ ଘରେ ପଢ଼ୁଛନ୍ତି ଅଙ୍ଗନବାଡ଼ି ଶିଶୁ ଓ ବିଦ୍ୟାଳୟର ଛାତ୍ରଛାତ୍ରୀ
- ଅସୁରକ୍ଷିତ ଭାବେ ପାଠ ପଢ଼ୁଛନ୍ତି ଉପାନ୍ତ ଅଞ୍ଚଳର ଶିଶୁ
- ଯଦି କିଛି ଅଘଟଣ ଘଟେ, ଦାୟୀ ରହିବ କିଏ?
- ଅର୍ଥ ମଞ୍ଜୁର ପରେ ବି କାହିଁକି ସ୍କୁଲ ଘର ତିଆରି ହେଉନି?
- କେବେ ସ୍କୁଲ ଘର ପାଇବେ ତାରାବେଡ଼ାର ପିଲା?
- କୋମଳମତି ଶିଶୁ ଏବଂ ଛାତ୍ରଛାତ୍ରୀଙ୍କୁ ସୁରକ୍ଷା ଦେବ କିଏ?
- କ’ଣ ଏହା ଆମ ଶିକ୍ଷା ବ୍ୟବସ୍ଥାର ବ୍ୟବସ୍ଥିତ ଭିତ୍ତିଭୂମି?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/15/malkangiri-2026-01-15-16-49-45.jpg)