କନକ ବ୍ୟୁରୋ : ଉଚ୍ଚ ଶିକ୍ଷାନୁଷ୍ଠାନ କ୍ୟାମ୍ପସ୍‌ରେ ସିଙ୍ଗିଲ ୟୁଜ ପ୍ଲାଷ୍ଟିକ ମନା । ଏହାକୁ ନିୟମିତ ବ୍ୟବଧାନରେ ଯାଞ୍ଚ କରାଯିବ । ଛାତ୍ରଛାତ୍ରୀ, ଅଧ୍ୟାପକଙ୍କୁ ନେଇ ସେମିନାର, କର୍ମଶାଳା ଏବଂ ସଚେତନତା ଯାତ୍ରା କରା‌ଯିବ । ଶିକ୍ଷାନୁଷ୍ଠାନରେ ପ୍ଲାଷ୍ଟିକ୍ ବୋତଲ ବଦଳରେ ଅନ୍ୟାନ୍ୟ ଧାତୁରେ ତିଆରି ବୋତଲର ବ୍ୟବହାର କରାଯିବ । ପ୍ଲାଷ୍ଟିକ୍ ବ୍ୟାଗ୍ ମଧ୍ୟ ବାରଣ କରାଯିବ । ଏହାଛଡ଼ା ଛାତ୍ରଛାତ୍ରୀମାନେ ଯେପରି ନିଜ ଘରେ ମଧ୍ୟ ପ୍ଲାଷ୍ଟିକ୍ ବ୍ୟବହାର ନ କରିବେ ସେଥିଲାଗି ସଚେତନ କରାଯିବ । 

Advertisment

ପ୍ଲାଷ୍ଟିକ ମୁକ୍ତ ଭାରତ ଗଠନ ପାଇଁ ଉନ୍ନତ ଭାରତ ଅଭିଯାନରେ ପ୍ରତ୍ୟେକ ଉଚ୍ଚ ଶିକ୍ଷାନୁଷ୍ଠାନ ଗୋଟିଏ ଲେଖାଏଁ ଗାଁକୁ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରିବେ ।  ଏନେଇ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଏ ନେଇ ସମସ୍ତ ବିଶ୍ବବିଦ୍ୟାଳୟ କୁଳପତି ଏବଂ କଲେଜ ଅଧ୍ୟକ୍ଷଙ୍କୁ ଚିଠି କରାଯାଇଛି ।